No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆଗାଁ ବ୍ଲକ୍ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ ସଂଯୋଜକ ମାନଙ୍କ ସ୍ଵାଗତ ଓ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଦୀପକ ପ୍ରଧାନ , ସମ୍ମାନୀତ ଅତିଥି ଭାବେ ବି ଆର୍ ସି ସି ତଥା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ଯୋଗଦେଇ ନୂତନ ଭାବେ ଭାବେ ଯୋଗଦେଇଥିବା ସି ଆର ସି ସି ଶ୍ରୀଧର ବେହେରା,ଅଶୋକ କୁମାର ପଣ୍ଡା,ହୃଷୀକେଶ ପାତ୍ର,ପ୍ରମୋଦ କୁମାର ଖଣ୍ଡୁଆଳ,

ମମତା ମଞ୍ଜରୀ ଦେଇ ଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିବା ବେଳେ ପୂରାତନ ସି ଆର ସି ସି ସୁରେଶ ଚନ୍ଦ୍ର ମହାପାତ୍ର,ନରେନ୍ଦ୍ର କୁମାର ବେହେରା,ଜଗବନ୍ଧୁ ମିଶ୍ର,କିଶୋର ମୂଳି,ରାକେଶ କୁମାର ଘଡେ଼ଇ,କୈଳାଶ ଚନ୍ଦ୍ର ନାଏକ , ନୀମେଇ ଚରଣ ସାହୁ, ପବନା ନାଏକ ଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ତତ୍ ସହିତ ଶିକ୍ଷାର ଉନ୍ନତି ପାଇଁ ସି ଆର ସି ସି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସି ଆର୍ ସି ସି ମାନେ ନିଜ ନିଜ ଅନୁଭୂତି ଓ ଅଭିଜ୍ଞତା କହିଥିଲେ । ଏହି କାର୍ଯ୍ୟକ୍ରମ କୁ ଚିନ୍ତାମଣି ବିଦ୍ୟାପୀଠ, ସମ୍ପଡା ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା ପରିଚାଳନା କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ସି ଆର ସି ସି ଶ୍ରୀନିବାସ ରଥ।ନିଜକୁ ଅଫିସର ନଭାବି ସଂଯୋଜକ ଭାବେ ଦାୟିତ୍ଵ ଠିକ୍ ଭାବେ ସମ୍ପନ୍ନ କଲେ ଶିକ୍ଷାର ବିକାଶ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

No Result
View All Result