No Result
View All Result
ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ନାଚୁଣୀ ସ୍ଥିତ ସାଇ ପ୍ରଶିକ୍ଷଣ କେନ୍ଦ୍ର ର ଚଳିତ ଶିକ୍ଷା ବର୍ଷ ର ଶିକ୍ଷାର୍ଥୀ ମାନଙ୍କ ପାଇଁ ଏକ ସ୍ଵାଗତ ସମାରୋହ ଉତ୍ସବ ସତ୍ ସଙ୍ଗ କେନ୍ଦ୍ର ପାର୍ଶ୍ବ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ପରିଚାଳକ ସୁଜିତ୍ କୁମାର ଖଟେଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ଗଙ୍ଗାଧର ପ୍ରଧାନ,
ସମ୍ମାନିତ ଅତିଥି ଭାବେ ଚିଲିକା ବ୍ଲକ ର ପ୍ରାକ୍ତନ ଉପାଧ୍ୟକ୍ଷ ସୁମନ୍ତ ପଟ୍ଟନାୟକ, ପ୍ରାକ୍ତନ ଵଉଳାଵନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ଆଡଭୋକେଟ୍ ଦେବାଶିଷ ରଥ,ଅଧ୍ୟାପକ ପ୍ରମୋଦ କୁମାର ଶୁକ୍ଲା,ଅଧ୍ୟାପକ ସୁବ୍ରତ କୁମାର ସାମଲ, ଅଧ୍ୟାପକ ମୁକେଶ ସାସମଲ, ସମାଜସେବୀ ବିଭୂତି ଭୂଷଣ ରଥ ପ୍ରମୁଖ ଯୋଗଦେଇ ଶିକ୍ଷା ଅର୍ଜନ, କ୍ୟାରିୟର ଗଠନ, ଚରିତ୍ର ଗଠନ, ଉପଯୁକ୍ତ ନାଗରିକ ଵୋଧ, ସମସ୍ୟା ସମାଧାନ,
ସାମାଜିକ ସଚେତନତା ଶିକ୍ଷା ର ଆଭିମୁଖ୍ୟ ହେବା ଆବଶ୍ୟକ ବୋଲି ଶିକ୍ଷାର୍ଥୀ ମାନଙ୍କୁ ଉଦ୍ ଵୋଧନ ଦେଇ ଆନୁଷ୍ଠାନିକ ଶିକ୍ଷା ଏଭଳି ସୁଯୋଗ ଦେଇ ପାରୁ ନ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏଭଳି ଅନୁଷ୍ଠାନ ମାନଙ୍କର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ କେତେକ ବିଦ୍ୟାର୍ଥୀ ସେମାନଙ୍କ ର ସ୍ଵଵକ୍ତଵ଼୍ୟ ରଖି ଥିଲେ । ପରେ ପରେ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମାବେଶରେ ଅଧ୍ୟକ୍ଷତା କରିଥିଲେ ଅଧ୍ୟାପକ ପ୍ରଦୀପ୍ତ କୁମାର ରଥ ।

No Result
View All Result