ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶିଷ୍ଟ ଇଂରାଜୀ ଭାଷାବିତ୍ ତଥା ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ସ୍ଵର୍ଗତ ଵି.ରଙ୍ଗନାଥନଙ୍କ ର ୨୭ ତମ ଶ୍ରାଦ୍ଧବାର୍ଷିକୀ ନାଚୁଣୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ରଙ୍ଗନାଥନ୍ ବାଙ୍ଗାଲୋର ସ୍ଥିତ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସଞ୍ଜୋଗ କ୍ରମେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆମନ୍ତ୍ରଣ ରେ ସେ ବାଣପୁର ସ୍ଥିତ ଗୋଦାବରୀଶ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ କାର୍ଯ୍ୟ କରି ଅବସର ପରେ ଭୀଷ୍ମ ଗିରି ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବାବେଳେ ନବ ଗଠିତ ନାଚୁଣୀ ମହାବିଦ୍ୟାଳୟ କୁ ଅଧ୍ୟକ୍ଷ ଭାବେ ଆସି ଦାୟିତ୍ଵ ଗ୍ରହଣ କରିଥିଲେ ।














