No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନ୍.ଏ.ସି ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦେଶାତ୍ମକବୋଧକ ସଙ୍ଗୀତ, ଓଡ଼ିଆ ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ବିଷୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗିତା ହୋଇଥିଲା ।
ସହରରେ ଥିବା ୨୨ଟି ଯାକ ବିଦ୍ୟାଳୟର ମନୋନୀତ ପ୍ରାୟ ୧୦୫ ଜଣ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୨୫ ଜଣ ଛାତ୍ର-ଛାତ୍ରୀ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ନେଇ ଅପରାହ୍ନରେ ଫଳାଫଳ ଘୋଷଣା କରାଯାଇଥିଲା । ବିଚାରକ ଭାବେ ସୁର ଗନ୍ଧର୍ବ ନବ କିଶୋର ମିଶ୍ର,
ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସଙ୍ଗୀତକାର ଜୟଶ୍ରୀ ଦେବୀ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଗୋଦାବରୀଶ ମିଶ୍ର, ଅଶୋକ ମଲ୍ଲ, ନିର୍ମଲ ଚନ୍ଦ୍ର ସୁରଦେଓ, ପ୍ରଦୀପ ଡାକୁଆ, ପୂର୍ଣ୍ଣଚନ୍ଦ୍ର ସାହୁ, ବଟକୃଷ୍ଣ ମହାପାତ୍ର, ସୌଦାମିନୀ ସ୍ଵାଇଁ ଓ ଉଷାରାଣୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଅତିଥି ଭାବେ ଉପ-ନଗରପାଳ ଗୁରୁ ପ୍ରସାଦ ଜେନା ଓ ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ । ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମିଷ୍ଟର କାଳିଆ ଓ ପୌର କର୍ମଚାରୀମାନେ ସହଯୋଗ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ, ପଠାଣିସାମନ୍ତ ଅଡିଟୋରିୟମ ଠାରେ ପୁରସ୍କୃତ କରାଯିବ ।

No Result
View All Result