ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶା ଇତିହାସର ପ୍ରବାଦ ପୁରୁଷ ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ୧୨୩ ତମ ଜୟନ୍ତୀ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି. ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସଂସଦ, ପାରଳାଖେମୁଣ୍ଡି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧ୍ୟକ୍ଷ ଡ.ଭାଗ୍ୟଲିପି ମଲ୍ଲ ଯୋଗ ଦେଇଥିଲେ.

ମୁଖ୍ୟବକ୍ତା ଡ.କଲ୍ୟାଣୀ ମିଶ୍ର, ସମ୍ମାନିତ ଅତିଥି ଅର୍ଚ୍ଚନା ମଙ୍ଗରାଜ ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି, ଶଙ୍କର ସାହୁ, ବରିଷ୍ଠ ଶିକ୍ଷାବିତ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ରାଜଗୁରୁଙ୍କ ରଚିତ ବହୁ ପୁସ୍ତକ, ବିଭିନ୍ନ ଲେଖା ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି ବୋଲି ମତବ୍ୟକ୍ତ କରିଥିଲେ.















