ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଙ୍କୀ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ପ୍ରଥମ ସ୍ଥାନ ଅଧିକାର କରି ଉପଜିଲ୍ଲାପାଳ ପ୍ରଣବ ବେହେରାଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ବିଶେଷ କରି ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଅପରେସନ୍ ସିନ୍ଦୂରକୁ ଆଧାର କରି ଏକ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା ।

ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ବଳଭଦ୍ର ପଣ୍ଡା, ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସଂପାଦକ ବେଣୁଧର କର, ସାଂସ୍କୃତିକ ସଂପାଦକ ବିଜୟ କୁମାର ଦିକ୍ଷୀତ, ସହସଂପାଦକ ଶ୍ରୀନିବାସ ବେହେରା, କବି ସୁରେଶ ଚନ୍ଦ୍ର ସାହୁ, କୁମର ପ୍ରଧାନ ଓ ନୃତ୍ୟ ଶିକ୍ଷକ ମହେଶ ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।














