ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବାଣପୁର ସ୍ଥିତ ନେହେରୁ ସେବାସଂଘ ର କନକ ଭବନ ପରିସରରେ ଅନ୍ତେଵାସିନୀ ଆଦିବାସୀ ଛାତ୍ରୀ ମାନଙ୍କ ଦ୍ଵାରା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ ଏଵଂ ନିର୍ଦ୍ଦୈଶିତ ନାଟକ ଆସିଛନ୍ତି ଲୀଳାମୟ ସଫଳତା ର ସହ ମଞ୍ଚସ୍ଥ ହୋଇ ଯାଇଛି । ଭଗବାନ ଶ୍ରୀକୃଷ୍ଣ ଙ୍କ ଅଦ୍ଭୁତ ବାଲ୍ୟ ଲୀଳା ଉପରେ ଆଧାରିତ ଏହି ନାଟକ ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଗୈ।ରାଙ୍ଗ ଚରଣ ମୁଦୁଲି ଏଵଂ ନ୍ରୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଅନୁଷ୍ଠାନ ର ଶିକ୍ଷୟିତ୍ରୀ ଗାୟତ୍ରୀ ଦେଈ ।

ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ସସ୍ମିତା ଶବର, ମଲ୍ଲିକା ଶବର, ଶିବାନୀ ଜାନୀ, ମାମୁନି ଶବର,ଚଗଲୀ ପ୍ରଧାନ,ଶିଖା ମଲ୍ଲିକ,ବର୍ଷା ଶବର(କ),ଲଭଲୀ ଶବର, ସାରୀ ମାଝୀ, ଗାୟତ୍ରୀ ଶବର, ରଞ୍ଜିତା ଶବର, ଲଭଲୀ ବେହେରା,ମାନସୀ ଶବର,ବର୍ଷା ଶବର(ଖ), ସସ୍ମିତା ପ୍ରଧାନ ଓ ତପସ୍ୟା । ପ୍ରାରମ୍ଭରେ ଅନୁଷ୍ଠାନ ର ସମ୍ପାଦିକା ସୁଶ୍ରୀ ସରୋଜିନୀ ଦାସ, କୋଷାଧ୍ୟକ୍ଷ ଓମ୍ ପ୍ରକାଶ ଅଗ୍ରୱାଲ, ଡାକ୍ତର ରମେଶ ଚନ୍ଦ୍ର ମିଶ୍ର,
ସୁଧାଂଶୁ ଶେଖର ପଟ୍ଟଯୋଶୀ , ପ୍ରଦୀପ କୁମାର ଦାସ ପ୍ରମୁଖ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ର ଉଦ୍ ଘାଟନ କରିଥିଲେ । ଚିଲିକା ସାହିତ୍ୟ ସମାଜର ସଭାପତି କବି ଵାଜ ମୁକୁନ୍ଦ ଦାସ ସନ୍ ଯୋଜନା ସହ ନାଟକର ସମୀକ୍ଷା କରିଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର,ସୀତାଶୁ ବନ୍ଧ ପ୍ରମୁଖ ସହଯୋଗ ଓ ମଞ୍ଚ ପରିଚାଳନା କରିଥିଲେ ।














