ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ଆଠ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାମଗିରି ଥାନା ଦେଉରୀସାହି ଗ୍ରାମରେ । ସମସ୍ତ ଅସୁସ୍ଥଙ୍କୁ ପ୍ରଥମେ ରାମଗିରି ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ପ୍ରକାରେ ଦେଉରିସାହି ଗ୍ରାମର ସୋମନାଥ ବେହେରା ନାମକ ଜଣେ ବ୍ୟକ୍ତି ରବିବାର ଗାଈ ଚରାଇବାକୁ ଯାଇ ଜଙ୍ଗଲରୁ କିଛି ଛତୁ ଆଣିଥିଲେ । ଗତକାଲି ସନ୍ଧ୍ୟା ସମୟରେ ପରିବାର ଲୋକେ ତାକୁ ରୋଷେଇ କରି ଖାଇ ନିଜ ବଡ଼ଭାଇଙ୍କ ପରିବାରକୁ ମଧ୍ୟ ଖାଇବା ଲାଗି ଦେଇଥିଲେ । ସମସ୍ତେ ଖାଇ ସାରିବା ପରେ ଉଭୟ ପରିବାରର ସମସ୍ତଙ୍କ ଗଳାରେ କୁଣ୍ଡାଇ ହେବାସହ ଦେହରୁ ଅତ୍ୟଧିକ ଝାଳ ବାହାରି ପ୍ରବଳ ବାନ୍ତି ହୋଇଥିଲା ।















