No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ ଆନୁକୂଲ୍ୟରେ ଫ୍ରେଣ୍ଡସ କ୍ଳବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ମହୋତ୍ସବ ପଡିଆଠାରେ ଆୟୋଜିତ ୭୯ତମ ସ୍ୱାଧୀନତା ଦିବସ ପାଳନ ସମାରୋହ ଧୂମାଧମରେ ପାଳିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ବିଧାନ ସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ !

ସଂମ୍ମାନିତ ଅତିଥିଭାବେ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ,ଫ୍ରେଣ୍ଡସ କ୍ଳବ ସମ୍ପାଦକ ମିର୍ଜା ଫକିରୁଦ୍ଧିନ ବେଗ ଓ ସହସମ୍ପାଦକ ସମ୍ବିତ କୁମାର ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ! ସ୍ୱାଧୀନତା ସଂଗ୍ରାମରେ କୁନି ସଂଗ୍ରାମୀ ବାଜି ରାଉତ ନିଜ ଜୀବନକୁ ବାଜି ଲଗାଇ ଇଂରେଜମାନଙ୍କୁ ନଦୀ ପାର କରି ନ ଥିଲା ଫଳରେ ରାଗରେ ଗୋରା ସାହେବମାନେ ତାଙ୍କୁ ଗୁଳି ହତ୍ୟା କରିଥିଲେ ବୋଲି ତହସିଲଦାର ଶ୍ରୀ ସର୍ବଦମନ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ !

ସେହିପରି ବାପୁଜୀ ଗୀତା ବହି ଖଣ୍ଡେ ଧରି ଅହିଂସା ଡାକରାରେ ସାରା ବିଶ୍ୱ ଦୋହଲିଯାଇଥିଲା.ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଞ୍ଚସଖା ବାନର ସେନା ପରି ବହୁ ସଂଗ୍ରାମୀ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ ପରିଶେଷରେ ଗୋରାମାନେ ୧୯୪୭ମସିହା ଅଗଷ୍ଟ ୧୪ତାରିଖ ରାତି ୧୨ଟାରେ ଭାରତ ଛାଡି ପଳାଇଥିଲେ ବୋଲି ଫ୍ରେଣ୍ଡସ ସ୍ପିର୍ଟସ ସଭାପତି ନାୟକ ମନ୍ତବ୍ୟରେ କହିଥିଲେ ! ଏହି ପ୍ୟାରେଡ ଉତ୍ସବରେ ୨୩ଟି ସବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଗନେଇ ନିଜନିଜର ଦେଶାତ୍ମକ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ !

ସୁଜିତ କୁମାର ସାହୁ, ଉପସଭାପତି ବଲ୍ଲଭ ପ୍ରଧାନ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ! ପ୍ୟାରେଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ଅତିଥିମାନେ ପୁରସ୍କୃତ କରିଥିଲେ ! ସୁଶାନ୍ତ ନାୟକ,ମିର୍ଜାଫର ହୁସସେନ ଖାଁ, ରଶ୍ମୀକାନ୍ତ ଷଢଙ୍ଗୀ,ଜଗନ ନାୟକ, ସଦାଶିବ ସାହୁ, ବିଷିକେଶନ ସାହୁ,ଅlଲିଆ ରଣା, ମିର୍ଜାସିରାଜଦ୍ଧିନ ବେଗ, ମିର୍ଜାଫର ହୁସେନ ଖାଁ,ସନ୍ତୋଷ କୁମାର ପୃଷ୍ଟି, ଅସଫ ଅଲ୍ଲୀ ଖାଁ ,ଧନେଶ୍ୱର ସାହୁ, କୈଳାସ ଚନ୍ଦ୍ର ସାହୁ,ସର୍ଦାର ଆଜ୍ମତ ଅଲ୍ଲୀ ଖାଁ,ଓହୀଦ ଖାଁ,ମନୋଜ କୁମାର ମଲ୍ଲିକ ଓ ତପନ କୁମାର ସାହୁଙ୍କ ସମେତ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ସହଯୋଗକରି ପରିଚାଳନା କରିଥିଲେ !

No Result
View All Result