ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ୭୯ତମ ସ୍ବାଧୀନତା ଦିବସ ଉପଲକ୍ଷେ ସରକାରଙ୍କ “ହର ଘର ତ୍ରୀରଙ୍ଗା” କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ପାଇଁ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ ଏକ ବିଶାଳ ରାଲି ଆୟୋଜନ କରିଥିଲା l ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ଶ୍ଳୋଗାନ ଦେଇ ସ୍ଥାନୀୟ ଲାଠିପଡ଼ା ଗ୍ରାମ ପରିକ୍ରମା କରିଥିଲେ l

ବିଭିନ୍ନ ଗଳିକନ୍ଦି ରାସ୍ତାରେ ଶୋଭାଯାତ୍ରା ଯିବା ସମୟରେ ଅଧିବାସୀମାନେ ଜାତୀୟପତାକାରେ ସୁସଜ୍ଜିତ ଶୋଭାଯାତ୍ରାକୁ ଦେଖି ଆନନ୍ଦିତ ହେବା ପରିଲକ୍ଷିତ ହୋଇଥିଲା l ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଧିବାସୀଙ୍କ ହୃଦୟରେ ଜାତୀୟତାବୋଧ ଭାବ ଉଦ୍ରେକ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଡାକରା ସଫଳ ହୋଇଥିବା ଅନୁମାନ କରାଯାଏ l















