No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖାଲମଡା ରେ ପୂର୍ବବତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାର ଙ୍କ ୧୩ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରାଜ କିଶୋର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍, ଅବସର ପ୍ରାପ୍ତ ଶିକ୍ଷକ ,ସଙ୍ଗୀତଜ୍ଞ ମଦନ ମୋହନ ପ୍ରଧାନ , ସମ୍ମାନୀତ ଅତିଥି ଭାବେ ଶ୍ରୀ ରାମ ଭକ୍ତ ପ୍ରଫୁଲ୍ଲ ପ୍ରଧାନ,ଶିକ୍ଷକ ସୋମନାଥ ପରିଡ଼ା ,

ସୁଧି ରଞ୍ଜନ ପରିଡ଼ା ପ୍ରମୁଖ ଯୋଗଦେଇ ମହାନ୍ ଆତ୍ମା ଙ୍କ ଫଟୋ ଚିତ୍ରରେ ଧୂପ , ଦୀପ, ପୁଷ୍ପମାଲ୍ୟ ଅର୍ପଣ କରି ସେ କିପରି ଖାଲମଡା ବିଦ୍ୟାଳୟରେ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ସେ ଉପରେ ବକ୍ତବ୍ୟ ରଖିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାର କିପରି ଆଦର୍ଶ ଛାତ୍ର ଛାତ୍ରୀ ସୃଷ୍ଟି କରୁଥିଲେ ଏବଂ ବିଦ୍ୟାଳୟରେ ତଥା ଗ୍ରାମରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ସହ ଗ୍ରାମରେ ରାମ ଚରିତ ମାନସ ଆରମ୍ଭ ପାଇଁ ପ୍ରଚେଷ୍ଠା କରିଥିଲେ ସେ ଉପରେ ମୁଖ୍ୟ ବକ୍ତା ଶିକ୍ଷାବିତ୍ ମଦନ ମୋହନ ପ୍ରଧାନ କହିବା ସହ ଛାତ୍ର ଛାତ୍ରୀ ମାନେ କିପରି ନିଜକୁ ଗଢିବେ ,
ଛାତ୍ର ଛାତ୍ରୀ ମାନେ ଦେଶର ଭବିଷ୍ୟତ, ଧ୍ୱଂସାଭିମୁଖୀ ରୁ ପୃଥିବୀକୁ ସୁରକ୍ଷିତ ରଖିବାରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଆଦି ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ଭାବେ ବୁଝାଇଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସୁପରାମର୍ଶ ଦେଇଥିଲେ।ପ୍ରତିବର୍ଷ ତାଙ୍କ ସୂପୂତ୍ର ତଥା ସି ଆର ସି ସି ଶ୍ରୀଧର ବେହେରା ଙ୍କ ଦ୍ଵାରା ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଶ୍ରାଦ୍ଧ ଦିବସ ବିଦ୍ୟାଳୟରେ ପାଳିତ ହୋଇଆସୁଛି । ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସହ ତାଙ୍କ ସୂପୁତ୍ର ଶ୍ରୀଧର ବେହେରା ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

No Result
View All Result