ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ‘ଅସ୍ତିତ୍ବ ‘ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ବାଙ୍କୀ ର ଗୟଲବାଙ୍କ, କଇଁମୁଣ୍ଡି, ଭଗିପୁର, ବାରଙ୍ଗ, ଭରତପୁର, ଅନ୍ଧାରୁଆ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ସମ୍ପାଦକ ପ୍ରକୃତି ବନ୍ଧୁ ଗୌତମ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳିତ କରି କହିଲେ ହାତୀ ଆମ ସାଥି ତାହାର ସୁରକ୍ଷା ଆମ ଦାୟିତ୍ୱ । ନୂତନ ଜଙ୍ଗଲ ସୃଷ୍ଟି ଜୈବ ବିବିଧତା ରେ ହାତୀ ର ଭୂମିକା ମହତ୍ତ୍ୱପୂର୍ଣ୍ଣ ଅଟେ ତେଣୁ ହସ୍ତୀ ଙ୍କୁ ମଧ୍ୟ ପରିବେଶ ଯନ୍ତ୍ରୀ ଭାବେ ଗ୍ରହଣ କରାଯାଇଛି । ଆମ ଅଞ୍ଚଳ ରେ ହାତୀ ଅଭୟାରଣ୍ୟ ଡମପଡା -ଚନ୍ଦକା ଅବସ୍ଥିତ ।

ରାଜ୍ୟର ବିଭିନ୍ନ ଅଞ୍ଚଳ ରୁ ଯଥା ଢେଙ୍କାନାଳ, ଅନୁଗୁଳ, ତାଳଚେର ଆଦି ବହୁ ଅଞ୍ଚଳ ରୁ ଆଠଗଡ଼ ଶୁକାସନ ଜଙ୍ଗଲ ଦେଇ ମହାନଦୀ ପାର ହୋଇ କଟକ -ବାଙ୍କୀ ରାସ୍ତା ଦେଇ ଚନ୍ଦକା ଜଙ୍ଗଲ କୁ ଯାଆନ୍ତି ସେଠାରୁ ସେମାନେ ଖୋର୍ଦ୍ଧା ହୋଇ ବାଣପୁର ଦେଇ ବିଭିନ୍ନ ଅଞ୍ଚଳ କୁ ଯାତାୟତ କରନ୍ତି । ଦୈନିକ ହାତୀ ୧୮ଘଣ୍ଟା ଚଲାବୁଲା କରିପାରେ । ପରିବେଶ ସନ୍ତୁଳନ ରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ । ଆମେ ସମସ୍ତେ ଆଜିର ଦିବସ ରେ ସଂକଳ୍ପ ନେବା ହାତୀ ସୁରକ୍ଷା କରିବା ସେମାନଙ୍କ କୌଣସି ହାନି କରିବା ନାହିଁ ।
ଏହି କାର୍ଯ୍ୟକ୍ରମ ରେ ବିଶେଷ ଅତିଥି ଭାବେ କଇଁମୁଣ୍ଡି ଫାଣ୍ଡି ଅଧିକାରୀ ମଦନ ମୋହନ ମଲ୍ଲିକ ଯୋଗ ଦେଇ ଜନସାଧାରଣ ଙ୍କୁ ହାତୀ ଜଙ୍ଗଲ, ପରିବେଶ ଏବଂ ମାନବ ସଭ୍ୟତା ପ୍ରତି କେତେ ଗୁରୁତ୍ୱପୂର୍ଣ ତାହା ବୁଝାଇ ଥିଲେ । ପରିଶେଷରେ ହାତୀ ସୁରକ୍ଷା ପାଇଁ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଦେବୀ ପ୍ରସାଦ ପଣ୍ଡା,ପରିବେଶ ପ୍ରେମୀ ଅମିତ କୁମାର ସାହୁ, ସମାଜ ସେବୀ ପ୍ରତୀକ ମିଶ୍ର, ଦୀପନ ମହାନ୍ତି ସହଯୋଗ କରିଥିଲେ ।














