• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉଦ୍ୟୋଗିକତା ଓ ଏଆଇ-ଚାଳିତ ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧତା ସହିତ

Proprietor Abhimanyu Maharana by Proprietor Abhimanyu Maharana
August 13, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଉଦ୍ୟୋଗିକତା ଓ ଏଆଇ-ଚାଳିତ ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧତା ସହିତ
Share on FacebookShare on TwitterWhatsapp

ଶେଷ ହୋଇଛି ପ୍ରଥମ ଟାଇକନ ୨୦୨୫ ଓଡିଶା ଅଭିବୃଦ୍ଧିରେ ଯୋଗ ଦେବା ପାଇଁ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରିତ କରିଛନ୍ତି ମୁଖ୍ୟମନ୍ତ୍ରୀ

ଖୁବ୍‌ଶୀଘ୍ର ହେବ ଏଆଇ-ଭିତିକ ସ୍ୱାସ୍ଥ୍ୟ ତଦାରଖ : ଡଃ ମୁକେଶ ମହାଲିଙ୍ଗ ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :-  ଆନ୍ତର୍ଜାତୀୟ ସ୍ତରର ଦୁଇ ଦିନିଆ ଜାତୀୟ ଉଦ୍ୟୋଗିକତା ସମ୍ମିଳନୀ ଟାଇକନ ଭୁବନେଶ୍ୱର ୨୦୨୫ର ଉଦ୍‌ଘାଟନୀ ସଂସ୍କରଣ ଆଜି ଉଦ୍ଭାବନ, ଏଆଇ-ଚାଳିତ ଅଭିବୃଦ୍ଧି ଓ ଆନ୍ତର୍ଜାତୀୟ ସହଭାଗିତା ପ୍ରତି ଦୃଢ ପ୍ରତିବଦ୍ଧତା ସହ ଶେଷ ହୋଇଛି । ଟାଇ ଭୁବନେଶ୍ୱର ଦ୍ୱାରା, ଓଡିଶା ସରକାରଙ୍କ ସହ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଭାରତ, ସିଙ୍ଗାପୁର, ୟୁଏଇ ଓ ଶ୍ରୀଲଙ୍କାରୁ ୫୦୦ରୁ ଅଧିକ ପ୍ରତିନିଧିଙ୍କୁ ଏକାଠି କରିଥିଲା, ଯାହା ଷ୍ଟାର୍ଟଅପ, ଟେକ୍ନୋଲୋଜି ଓ ଉଦ୍ୟୋଗିକତାର ଏକ ଉଲ୍ଲେଖନୀୟ କେନ୍ଦ୍ରରେ ପରିଣତ ହେବା ପାଇଁ ଓଡିଶାର ଯାତ୍ରାରେ ଏକ ବଡ ସଫଳତାକୁ ଚିହ୍ନିତ କରୁଛି ।

ଏହି ବିଶାଳ ଉଦ୍‌ଯାପନୀ ସମାରୋହରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ଇଲେକ୍‌ଟ୍ରୋନିକ୍ସ ଓ ଆଇଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ , ଡଃ ମୁକେଶ ମହାଲିଙ୍ଗ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ବିଭାଗର ମୁଖ୍ୟ ସଚିବ, ଆଇଏଏସ, ଶ୍ରୀ ବିଶାଲ କୁମାର ଦେବ, ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର, ଟାଇ ଗ୍ଲୋବାଲର ଅଧ୍ୟକ୍ଷ ଶ୍ରୀ ମୁରଲୀ ବୁକ୍କାପଟନମ, ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଅୟସକାନ୍ତ ମହାନ୍ତି, ସାଂସଦ ଶ୍ରୀ ରବି ନାରାୟଣ ବେହେରାଙ୍କ ସମେତ ଶିଳ୍ପର ବିଶିଷ୍ଟ ବ୍ୟକ୍ତି, ଆନ୍ତର୍ଜାତୀୟ ଉଦ୍ୟୋଗୀ ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏକ ଅଗ୍ରଣୀ ଉଦ୍ଭାବନ କେନ୍ଦ୍ର ଭାବେ ଓଡିଶାର ଉତ୍‌ଥାନକୁ ଆଲୋକିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଘୀ ରାଜ୍ୟର ଅଭିବୃଦ୍ଧି ଯାତ୍ରାରେ ସହଯୋଗୀ ହେବା ପାଇଁ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରିତ କରିଥିଲେ । ଗ୍ଲୋବାଲ କାପାବିଲିଟି ସେଂଟର୍ସ (ଜିସିସି), ଚିପ ଡିଜାଇନ, ବ୍ଲକଚେନ ଓ ଏଆଇ ରିସର୍ଚ୍ଚ ଭଳି କ୍ଷେତ୍ରରେ ରାଜ୍ୟର ନେତୃତ୍ୱକୁ ଉଲ୍ଲେଖ କରି ସେ କହିଥିଲେ, “ଆପଣମାନେ ଥରେ ଏଠାକୁ ଆସିବା ପରେ, ଏହା ଆପଣଙ୍କର ୨ୟ ଘର ଭଳି ଅନୁଭବ ହେବ । ମିଳିତ ଭାବେ ଆମେ ଓଡିଶାକୁ ପୂର୍ବ ଭାରତର ଉଦ୍ୟୋଗ ରାଜଧାନୀରେ ପରିଣତ କରିପାରିବା ।

ଏଥିସହିତ ସେ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରକୁ ନୂଆ ଡିଜିଟାଲ ହବ୍ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ, ଯାହା ଭିଜନ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ସହ ସମନ୍ୱିତ ରହିଛି । କାର୍ଯ୍ୟକ୍ରମରେ ରାଜ୍ୟର ଇଲେକ୍‌ଟ୍ରୋନିକ୍ସ ଓ ଆଇଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏଆଇ ଗ୍ରହଣୀୟତା କ୍ଷେତ୍ରରେ ଓଡିଶାର ଅଗ୍ରଗାମୀ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଏହାର ନିଜସ୍ୱ ଏଆଇ ନୀତି ସହିତ ଓ ୨୦୨୫-୨୬ ବଜେଟରେ ଓଡିଶା ଏଆଇ ମିଶନ ପାଇଁ ୨୫ କୋଟି ଟଙ୍କାର ଆବଂଟନ କରିଥିବା ପ୍ରଥମ ରାଜ୍ୟରେ ପରିଣତ ହୋଇଛି ।

ସେ କୋରାପୁଟରେ ଏଆଇ-ଆଧାରିତ କଫି ଚାଷର ତଦାରଖ ଏବଂ ଶିଶୁ କୁପୋଷଣ, ମାତୃ ମୃତ୍ୟୁ ହାର (ଏମଏମଆର) ଓ ଶିଶୁ ମୃତ୍ୟୁ ହାର ଭଳି ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ପ୍ରଗତିକୁ ଟ୍ରାକ୍ କରିବା ପାଇଁ ଆଗାମୀ ଏଆଇ-ଭିତିକ ପ୍ରକଳ୍ପ ସମେତ କୃଷି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇର ପ୍ରୟୋଗଗୁଡିକୁ ଉଲ୍ଲେଖ କରିଥିଲେ । ଏଥିସହିତ ଓଡିଶା ସେମିକଣ୍ଡକ୍ଟର ପଲିସି ଏବଂ ଭୁବନେଶ୍ୱରରେ ଏକ ଫିନଟେକ ସେଂଟର ସ୍ଥାପନ କରିବା ପାଇଁ ସ୍ୱାକ୍ଷରିତ ହୋଇଥିବା ଏମଓୟୁଗୁଡିକ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ।

କାର୍ଯ୍ୟକ୍ରମର ପ୍ରଥମ ଦିନର ହାଇଲାଇଟରେ ନୀଳ ଅର୍ଥନୀତି, ପର୍ଯ୍ୟଟନ, ଉତ୍ପାଦନ, ଖଣି ଏବଂ ମହିଳା ଉଦ୍ୟୋଗୀତା କ୍ଷେତ୍ରରେ ଓଡିଶାର ସମ୍ଭାବନା ଉପରେ ଆଲୋଚନା, ରାଜ୍ୟର ସମସ୍ତ ୩୧୪ଟି ବ୍ଲରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଦ୍ୟାଳୟଗୁଡିକରେ ଉଦ୍ୟୋଗି ପ୍ରତିଭାମାନଙ୍କୁ ବିକଶିତ କରିବା ପାଇଁ ଭଏସ ଅଫ୍ ଏଟ୍ରପ୍ରେନ୍ୟୋରସିପ, ଟାଇ ୱମେନ ୧୦୦, ଏଂଟ୍ରପ୍ରେନ୍ୟୋରସିପ ଓଡିଶାର ଶୁଭାରମ୍ଭ ଆଦି ଅନ୍ତର୍ଭୁକ୍ତ ଥିଲା । ୨ୟ ଦିନରେ ଏଆଇ ପଲିସି ୨୦୨୫, ଭାରତର ଏଆଇ ଲିଡରସିପ ଭିଜନ, ଉଦ୍ୟୋଗିକତା କ୍ଷେତ୍ରରେ ଏଆଇ, ଡାଟା ସେଂଟର, ସ୍କିଲିଙ୍ଗ ଏବଂ ସାର୍ବଜନିନ ସେବାଗୁଡିକ ପାଇଁ ଏଆଇ ଆଦି ପ୍ରସଙ୍ଗ ଉପରେ ପ୍ୟାନେଲଗୁଡିକ ସହିତ ସମାବେଶୀ ଅଭିବୃଦ୍ଧି, ପରିଚାଳନା ଓ ଉଦ୍ଭାବନ କ୍ଷେତ୍ରରେ ଏଆଇର ଭୂମିକା ଉପରେ ଗୁରୁତ୍ୱ ଦେଇଥିବା ଏକ ଏଆଇ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଏହି ଦିନରେ ଷ୍ଟାର୍ଟଅପଗୁଡିକର ସଫଳତାର କାହାଣୀ (ଆଇଜି ଡ୍ରୋନସ୍‌, ମିଥିକା, ସ୍କାଏରାଇଡର), ଶ୍ରୀ ସତ୍ୟକାମ ମହାନ୍ତିଙ୍କ ଦ୍ୱାରା ଏକ ଏଆଇ ମାଷ୍ଟରକ୍‌ଲାସ, ପ୍ରିୟଙ୍କା ସିହ୍ନାଙ୍କ ଦ୍ୱାରା ୟୋଗା ଇନ ଏଂଟ୍ରପ୍ରେନ୍ୟୋରସିପ ପ୍ରସଙ୍ଗରେ ଏକ ଅଧିବେଶନ ଆଦି ସାମିଲ ଥିଲା । ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ଯେଉଁଥିରେ ରିସର୍ଚ୍ଚ, ପାଇଲଟ ପ୍ରୋଜେକ୍ଟ, ଟେକ୍ କୋର ଡେଭ୍‌ଲପମେଂଟ, ପଲିସି ଇନ୍‌ପୁଟ୍‌ସ ଓ ଇନୋଭେଶନ ଇକୋସିଷ୍ଟମ ବିଲ୍ଡିଙ୍ଗ କ୍ଷେତ୍ରରେ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ସହଭାଗିତା, ଓ-ଚିପ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଓକାକ୍ ଓ ଏସ୍‌ଏଫଏଏଲ (ସେମିକଣ୍ଡକ୍ଟର ଫାବ୍‌ଲେସ୍ ଆକ୍‌ସିଲରେଟର ଲ୍ୟାବ) ମଧ୍ୟରେ ସହଭାଗିତା,

ବୈଷୟିକ ସହଭାଗିତା ପାଇଁ ଇଏସସି ଓଡିଶା ଓ ହିଟାଚି ଏମଜିଆରଏମ ମଧ୍ୟରେ ନଲେଜ ପାର୍ଟନରସିପ ଏବଂ ଷ୍ଟାର୍ଟଅପ ସପୋର୍ଟ ନେଟ୍‌ୱର୍କଗୁଡିକୁ ମଜବୁତ କରିବା ପାଇଁ ଟାଇ ଭୁବନେଶ୍ୱର ଓ ଇନ୍‌କ୍ୟୁବେଶନ ସେଂଟରଗୁଡିକ ମଧ୍ୟରେ ସହଭାଗିତା ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ସମ୍ମିଳନୀ ଟାଇ ଲିଜେଣ୍ଡ ଏଂଟ୍ରପ୍ରେନ୍ୟୋର, ଏମର୍ଜିଙ୍ଗ ଏଂଟ୍ରପ୍ରେନ୍ୟୋର, ୱମେନ ଏଂଟ୍ରପ୍ରେନ୍ୟୋର, ଚେଞ୍ଜ ମେକର ଏଂଟ୍ରପ୍ରେନ୍ୟୋର ଓ ବେଷ୍ଟ ଇକୋସିଷ୍ଟମ ପାର୍ଟନର ଆୱାର୍ଡ ପ୍ରଦାନ ସହିତ ଶେଷ ହୋଇଥିଲା । ଏହି ଅବସରରେ ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଅୟସକାନ୍ତ ମହାନ୍ତି କହିଥିଲେ, “ଏହି ସମ୍ମିଳନୀ ଓଡିଶାର କ୍ଷମତାକୁ ପ୍ରଦର୍ଶିତ କରିଛି ଏବଂ ଆନ୍ତର୍ଜାତୀୟ ସହଭାଗିତା ପାଇଁ ମଂଚ ପ୍ରସ୍ତୁତ କରିଛି । ସମ୍ମିଳନୀରେ ବିବିଧ ଅଂଶଗ୍ରହଣ ଏକ ଉଲ୍ଲେଖନୀୟ ଉଦ୍ଭାବନ କେନ୍ଦ୍ର ଭାବେ ଭୁବନେଶ୍ୱରର ସ୍ଥିତିକୁ ସୁଦୃଢ କରିଛି ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version