• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୂର୍ବତନ ବିଧାୟକଙ୍କୁ ଟଙ୍କା ନ ଦେବା – ଏନଏସି ଅଧ୍ୟକ୍ଷା ଙ୍କୁ ପଡିଲା ମହଙ୍ଗା

Proprietor Abhimanyu Maharana by Proprietor Abhimanyu Maharana
August 10, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ପୂର୍ବତନ ବିଧାୟକଙ୍କୁ ଟଙ୍କା ନ ଦେବା – ଏନଏସି ଅଧ୍ୟକ୍ଷା ଙ୍କୁ ପଡିଲା ମହଙ୍ଗା
Share on FacebookShare on TwitterWhatsapp

ଟଙ୍କା ନେଇ ନୟାଗଡ଼ ଠିକାଦାରଙ୍କୁ ଦିଆଯାଉଥିଲା ଟେଣ୍ଡର ରଣପୁର ଠିକାଦାର ଙ୍କୁ ବନଉଥିଲେ ଭକୁଆ । ଦଳ ହାରିଯିବାରୁ ଅଧ୍ୟକ୍ଷାଙ୍କୁ ଟଙ୍କା ମଗା ଯାଉଥିବାର ଅଭିଯୋଗ ଆସୁଥିବା ବେଳେ ଟଙ୍କା ନ ଦେବା, ଏନଏସି ଅଧ୍ୟକ୍ଷା ଙ୍କୁ ପଡିଲା ମହଙ୍ଗା ।

ରଣପୁର  (ଓଡ଼ିଶା ତାଜା ନ୍ୟୁଜ୍)  :- ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ମନମୁଖି କାର୍ଯ୍ୟକଳାପ କୁ ନେଇ ଦଳୀୟ ସମାଲୋଚନା ଦେଖିବାକୁ ମିଳିଛି । ବିଜେଡ଼ି ଦଳ ପକ୍ଷରୁ ନିର୍ବାଚିତ ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତିଙ୍କୁ ଦଳରୁ ବହିସ୍କାର କରାଯାଇଥିବା ଜଣାଯାଇଛି । ଦଳ ବିରୋଧୀ କାର୍ଯ୍ୟ କରୁଥିବାର କାରଣ ଦର୍ଶାଇ ଅଧ୍ୟକ୍ଷାଙ୍କୁ ଦଳରୁ ବହିସ୍କାର କରାଯାଇଛି । ନଗର ସଭାପତିଙ୍କ ସମେତ ୧,୨,୩,୪,୮,୯, ୧୦,୧୨  ନମ୍ବର କାଉନସିଲର ପ୍ରମୁଖ ଅସନ୍ତୋଷ ପ୍ରକାଶ କରିବା ସହ ଅଧ୍ୟକ୍ଷାଙ୍କୁ ଘୋର ବିରୋଧ କରିଥିଲେ l ଯାହାକୁ ଇନ୍ଧନ ଯୋଗାଇଥିଲେ ବିଜେଡିର ଆଶାୟୀ ବିଧାୟକ ପ୍ରାର୍ଥୀ ବୋଲି ଚର୍ଚ୍ଚା ହେଉଛି ।

ତେବେ ରଣପୁର ଏନଏସି ର ଜଣା ଶୁଣା ସଂଗଠକ ତଥା ଯୁବ ସମାଜସେବୀ ସ୍ବରାଜ ମହାନ୍ତି ଙ୍କ ପତ୍ନୀ ରଙ୍ଗୀନ ମହାନ୍ତି । ଯେତେବେଳେ ରଣପୁର ପ୍ରଥମେ ଏନଏସି ଭାବେ ଘୋଷଣା ହୋଇଥିଲା ସେତେବେଳେ ବିଧାୟକ ଭାବେ କାର୍ଯ୍ୟରତ ରବି ନାରାୟଣ ମହାପାତ୍ର ସ୍ବରାଜ ମହାନ୍ତିଙ୍କ ସାଙ୍ଗଠନିକ ଦକ୍ଷତା କୁ ପରଖି ତାଙ୍କୁ  ଏନଏସି ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଥିଲେ । ଏବଂ ସ୍ଵରାଜ ମହାନ୍ତି ତାଙ୍କର ସାଙ୍ଗଠନିକ ଦକ୍ଷତା ର ପରିଚୟ ଦେବାକୁ ଯାଇ ୧୫ ଟି ୱାର୍ଡ ରୁ ୧୩ ଟି ୱାର୍ଡମେମ୍ବର ଜିତାଇଥିଲେ । ଗୋଟିଏ ମହିଳା ସଂରକ୍ଷିତ ସିଟ ଥିବା ଯୋଗୁଁ ବିଜେଡ଼ି ଦଳକୁ ସେହି ଏନଏସି ଚେୟାରମ୍ୟାନ ସିଟ ହାସଲ ହୋଇଥିଲା ଯାହାର ପରିଚାଳନା କରିଥିଲେ ସ୍ବରାଜ ମହାନ୍ତି ।ସେହିଦିନ ଠାରୁ ରଣପୁରରେ ତାଙ୍କର ସଙ୍ଗଠନକୁ ସଶକ୍ତ କରି ଭଲ ସଂଗଠକ ରୂପେ ନିଜକୁ ପ୍ରତିପାଦିତ କରିଛନ୍ତି । ରବି ମହାପାତ୍ରଙ୍କ ପରେ ଦ୍ଵିତୀୟ ଥର ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ସତ୍ୟ ନାରାୟଣ ପ୍ରଧାନଙ୍କୁ   ଟିକେଟ ଦେବା ବେଳେ ଦ୍ୱନ୍ଦରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସ୍ବରାଜ ମହାନ୍ତି ଙ୍କ ସମେତ ପ୍ରିୟବ୍ରତ ପ୍ରହରାଜ ମଧ୍ୟ ନିର୍ବାଚନ ଲଢିବା ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ  । କିନ୍ତୁ ପୂର୍ବ ଅଭିଜ୍ଞତା ଓ ସାଙ୍ଗଠନିକ ଦକ୍ଷତା ଆଧାରରେ ସତ୍ୟ ନାରାୟଣ ପ୍ରଧାନ ଓ ବିଜୁ ଜନତା ଦଳ ସ୍ବରାଜ ମହାନ୍ତି ଙ୍କ ପତ୍ନୀ ରଙ୍ଗୀନ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲା । ଫଳ ସ୍ୱରୂପ ବଡ଼ ପ୍ରତିଦ୍ବନ୍ଦୀ ଙ୍କୁ ସାମ୍ନା କରି ଗତ NAC ନିର୍ବାଚନରେ ରଙ୍ଗୀନ ମହାନ୍ତି ବିଜେଡି କୁ ସଫଳତା ଦେଇଥିଲେ ।

ଅପରଦ୍ବନ୍ଦୀ ଜଣେ ସଫଳ ଅଭିଜ୍ଞ ରାଜନେତା ତଥା ଉନ୍ନତ ସଙ୍ଗଠକ ରୂପେ ବେଶ ଜଣାଶୁଣା । ସେ ଛାତ୍ର ରାଜନୀତି ରୁ ଆସି ଆଜି ପର୍ଯ୍ୟନ୍ତ ରଣପୁରରେ ବିରାଟ ସଙ୍ଗଠନ ସୃଷ୍ଟି କରିବାରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିବା ବ୍ୟକ୍ତି ପ୍ରିୟବ୍ରତ ପ୍ରହରାଜଙ୍କ ପତ୍ନୀଙ୍କୁ ଟକ୍କର ଦେଇ ରଙ୍ଗୀନ ମହାନ୍ତି ଏନଏସି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ବିଜେଡ଼ି ଦଳ ଠାରୁ ସତ୍ତା ବିଜେପି ହାତକୁ ଯାଇଛି । ଯାହାଫଳରେ ନୂତନ ସରକାର ଆସିବା ପରେ ନିଜ ଦଳର କାଉନସିଲର ମାନେ ସ୍ଵରାଜ ମହାନ୍ତି ଙ୍କୁ ବିଭିନ୍ନ ଅସୁବିଧାରେ ପକାଇବାର ଚେଷ୍ଟା ଆରମ୍ଭ କରିଦେଇଛନ୍ତି । ଅନେକ ସମୟରେ ଚେୟାରମ୍ୟାନ ଙ୍କ ସହିତ ଦଳୀୟ ନେତାଙ୍କର କଥା କଟାକଟି, ବାରମ୍ୱାର ଦଳୀୟ ବୈଠକ ମାନ ବସାଇ ବିରୋଧ ଆନ୍ଦୋଳନ ଆରମ୍ଭ କରାଯାଇଥିଲା ଯାହା ଦିନକୁ ଦିନ ଗୁଢ଼ତ୍ତର ହେବାରେ ଲାଗିଥିଲା ।

ଉକ୍ତ ଚେୟାରମ୍ୟାନ୍ ବିରୋଧ ଆନ୍ଦୋଳନକୁ ବିଜେପି ଦଳ ଇନ୍ଧନ ଯୋଗାଉଥିବା ବେଳେ କିଛି ବିଜେପିକୁ ସମର୍ଥନ କରୁଥିବା ବିଜେଡ଼ି କର୍ମୀ ଏପରି ନିଆଁ ଲଗାଇଥିଲେ । ସରକାରୀ ଅବା ବେସରକାରୀ କାର୍ଯ୍ୟରେ ଏନଏସି ଅଧ୍ୟକ୍ଷା ଓ ବିଧାୟିକା ସୁରମା ପାଢ଼ୀ ଙ୍କ ଭେଟ ହେବା ସହ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ ଅବା ସରକାରୀ, ବେସରକାରୀ କାର୍ଯ୍ୟରେ ବିଧାୟିକା ଙ୍କ ସହ ଏନଏସି ଅଧ୍ୟକ୍ଷା ଯୋଗ ଦେବା ବିଜେଡି ଦଳର ମଙ୍ଗୁଆଳ ମାନଙ୍କ ଆଖିରେ ଦେଖାଗଲା ନାହିଁ । ବିଜେଡ଼ି ଦଳର କିଛି କାନକୁହା ନେତାଙ୍କ ଆଖିରେ ନ ଯିବା କାରଣରୁ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କୁ ଦଳରୁ ବହିସ୍କାର କରାଯିବା ଭଳି ପ୍ରତିଫଳନ ଦେଖିବାକୁ ମିଳିଲା । ତେବେ କିଛିଟା ହାତ ଗଣତି କୁଜି ନେତାଙ୍କ ପାଇଁ ରଙ୍ଗୀନ ମହାନ୍ତିଙ୍କୁ ଦଳରୁ ବହିସ୍କାର କରିବା ବିଜେଡ଼ି ଦଳର ଏକ ପ୍ରକାର କ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ ।

ଅତୀତରେ ବିଜୁ ଜନତା ଦଳ ଆଖିବୁଜି ନିଷ୍ପତ୍ତି ନେବା ଭଳି  ବଡ କାର୍ଯ୍ୟାନୁଷ୍ଠାନ କେବେ ନେଇ ନଥିଲା ଯାହାକି ରଙ୍ଗୀନ ମହାନ୍ତି ଙ୍କ ବିରୋଧରେ ନିଆ ଯାଇଛି । ବିନା କାରଣରେ ଜଣେ କ୍ଷମତାରେ ଥିବା ଏନଏସି ଅଧ୍ୟକ୍ଷା ସ୍ଥାନୀୟ ବିଧାୟିକାଙ୍କ ସହ ଯୋଗ ଦେବାରେ ଅସୁବିଧା କେଉଁଠି ହେଲା ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ଏତଦ୍ ବ୍ୟତୀତ ସ୍ବରାଜ ମହାନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବ ସାମାଜିକ କର୍ମୀ ଏବଂ ରଙ୍ଗୀନ ମହାନ୍ତି ମଧ୍ୟ ଉଚ୍ଚ ଶିକ୍ଷିତା ମହିଳା ଯେ କି ଏବେ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଯାହା ଫଳରେ ଜନସାଧାରଣଙ୍କ ସମର୍ଥନର ଅଧିକାରିଣୀ ହୋଇ ପାରିଛନ୍ତି ।

ଏୟା ପରେ ଯଦି ଆମେ ଦେଖିବା ଏହାର ଆଗାମୀ ଭବିଷ୍ୟତ କଣ ହେବାକୁ ଯାଉଛି  ତାହାଲେ ଯେଉଁ କାରଣ ପାଇଁ ରଙ୍ଗୀନ୍ ମହାନ୍ତିଙ୍କୁ ଦଳ ବହିସ୍କାର କଲା ତେବେ ସେହି କାରଣରୁ ଯଦି ଦେଖିବା ତାଙ୍କ ପାଇଁ ଏବେ ପଥ ଉନ୍ମୁକ୍ତ ହୋଇଯାଇଛି  । ରଙ୍ଗୀନ୍ ମହାନ୍ତି ଏବେ ଚାହିଁଲେ ନିର୍ଦଳୀୟ ଭାବରେ ନିର୍ବାଚନ ଲଢି ପାରିବେ କିମ୍ବା ବିଜେପି ଦଳରେ ଯୋଗ ଦେଇ ପାରିବେ । କିନ୍ତୁ ବିଜେପି ଦଳରେ ଯୋଗ ଦେଲେ ପୁଣି ଥରେ ସେ ଯେ ଏନଏସି ଅଧ୍ୟକ୍ଷା ପାଇଁ ଲଢ଼ିପାରିବେ ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ସମୟ ରେ ଦେଖିବାକୁ ଗଲେ ଏବେ ରଣପୁର ବିଜେପି ଦଳରେ କିପରି ଗୋଡ ଟଣା ଟଣି ରାଜନୀତି ଚାଲିଛି ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି  ।

ତେବେ ପ୍ରଥମ କ୍ଷମତା କେନ୍ଦ୍ର ବିଧାୟିକା ସୁରମା ପାଢୀ ଯେ କି ତାଙ୍କ ନିର୍ବାଚନୀ ପରିଚାଳନା ଓ ଦକ୍ଷତାର ପ୍ରମାଣ ଦେଇଛନ୍ତି । ବିଜୁ ଜନତା ଦଳ ରଣପୁର ନିର୍ବାଚନ ମଣ୍ଡଳୀରୁ ୯୦ ଭାଗ ସିଟ ଜିତିଥିଲେ ମଧ୍ୟ ଜିଲ୍ଲାପରିଷଦ ର ଦୁଇଟି ସିଟ ହାତେଇବା ଏବଂ ରଣପୁର ବ୍ଲକ୍ ର ଅଧକ୍ଷ ପଦ ହାତେଇବା ସୁରମାଙ୍କର ସାଙ୍ଗଠନିକ ଦକ୍ଷତାର ପ୍ରମାଣ ଦିଏ । ଏବଂ ରଣପୁର ରେ ରହି ସମସ୍ତ କାର୍ଯ୍ୟରେ ଯୋଗ ଦେଇ କର୍ମୀ ମାନଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିବା କାର୍ଯ୍ୟରେ ସେ ସଫଳ ହୋଇ ସାରିଛନ୍ତି ତେଣୁ ଯନ୍ଦି ରଙ୍ଗୀନ୍ ମହାନ୍ତି ବିଜେପି ଦଳ ଓ ସୁରମା ପାଢ଼ୀ ଙ୍କ ଶରଣାପନ୍ନ ହୁଅନ୍ତି ତେବେ ତାଙ୍କ ପାଇଁ ଦ୍ଵାର ଉନ୍ମୁକ୍ତ ଥିବା ଏହା ସ୍ପଷ୍ଟ ହୋଇଛି ।

ପରନ୍ତୁ ଗୋଟିଏ ପ୍ରତିବନ୍ଧକ ଯେ କି ବିଜେପି ଦଳର ଦ୍ଵିତୀୟ  କ୍ଷମତା କେନ୍ଦ୍ର ସାଂସଦ ସମ୍ବିଦ ପାତ୍ର । ସମ୍ବିଦ ପାତ୍ର ଓ ସୁରମା ପାଢୀ ଙ୍କ ମଧ୍ୟରେ ଥିବା  ଗୋଡ ଟଣାଟଣି ରାଜନୀତି କୁ ନେଇ ସମସ୍ତେ ପ୍ରାୟତଃ ଅବଗତ ଅଛନ୍ତି । ସମ୍ବିଦ୍ ପାତ୍ର ଙ୍କ ପକ୍ଷରେ ପ୍ରିୟବ୍ରତ ପ୍ରହରାଜ ଯେ କି ବିଜେପି ଦଳରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ । ସୁରମା ପାଢୀଙ୍କ ସହ ମତାନ୍ତର ଯୋଗୁଁ ଦଳରୁ ଦୂରେଇ ଯାଇଥିଲେ । ଏବଂ ସାଂସଦ ସମ୍ବିଦ ପାତ୍ରଙ୍କ ପାଇଁ ପୁନଶ୍ଚ ବିଜେପି ଦଳକୁ ଫେରି ଆସିଛନ୍ତି । ସାଂସଦ ଙ୍କ ପାଇଁ ବିଜେପି ଦଳୀୟ ସଂଗଠନ କରିବାରେ ପ୍ରିୟବ୍ରତ ପ୍ରହରାଜଙ୍କ ହାତ ଅଛି ତେବେ ସେ ସାଙ୍ଗଠନିକ ପଦ ପଦବୀ ପାଇଁ ହକଦାର ଅଟନ୍ତି ।

ତେଣୁ ରଙ୍ଗୀନ୍ ମହାନ୍ତି ଙ୍କ ସମେତ ପ୍ରିୟବ୍ରତ ପ୍ରହରାଜ ବେଶ୍ ଲୋକ ପ୍ରିୟ ଓ ଅଗ୍ରଣୀ ସଂଗଠକ ରୂପେ ପରିଚିତ ଥିବା ବେଳେ ବିଜେପି ଦଳ ପକ୍ଷରୁ ରଙ୍ଗୀନ୍ କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗାମୀ ଭବିଷ୍ୟତରେ ରଙ୍ଗୀନ୍ ମହାନ୍ତି ବିଜେପିକୁ ଗଲେ କେଉଁ କ୍ଷମତା ବଳ ଦେବ ତାହା ଦଳ ଚିନ୍ତା କରିବ । ଏଠି  ଆଉ ଏକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି କି ବିଜେଡ଼ି ଦଳର ଉତ୍ତରତ୍ତୋର ଚିନ୍ତା କରୁଥିବା କର୍ମୀ ଙ୍କୁ ଏପରି ବହିସ୍କାର କରାଗଲେ ଦଳ  ବିରୋଧୀ କାର୍ଯ୍ୟ  କରୁଥିବା କର୍ମୀ ଙ୍କୁ ପ୍ରସୟ ଦେବା ରଣପୁର ରେ ବିଜେଡି ଦଳ ର ପତନ ନୁହେଁ କି ? ପ୍ରକୃତ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦଳ ରେ ନିଆଁ ଲଗା କର୍ମୀଙ୍କ କାନ କୁହା କଥା ଶୁଣି ସତ୍ୟ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଦଳୀୟ ସଂଗଠନ କୁ ସୃଦୃଢ଼ କରିବାରେ ସହାୟକ ସାଜିଥିବା ନେତା ଙ୍କ ବହିସ୍କାର ଏକ ପ୍ରକାର ରାଜନୈତିକ ଆଲୋଡନ ସୃଷ୍ଟି କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

April 25, 2026
ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

April 25, 2026
ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

April 25, 2026
ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

April 25, 2026

Recent News

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

April 25, 2026
ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

April 25, 2026
ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

April 25, 2026
ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

April 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

April 25, 2026
ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version