ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :– କରୋନା ସଂକ୍ରମଣ ସଂଖ୍ଯା କ୍ରମଶଃ ବ୍ରୁଦ୍ଧି ପାଉଛି। ତେଣୁ ଜନ ସାଧାରଣ ଆଶା ଆଶଙ୍କା ମଧ୍ଯରେ ଦିନ ଅତିବାହିତ କରୁଛନ୍ତି। ଏହାକୁ ଦ୍ରୁଷ୍ଟି ଦେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବଣିକ ସଂଘ ପକ୍ଷରୁ ବିଡିଓଙ୍କୁ ମଙ୍ଗଳବାର ସ୍ମାରକ ପତ୍ର ପ୍ରଦାନ କରାଯାଇଛି। କୋଭିଡ ୧୯ରୁ ଜନ ସାଧାରଣଙ୍କ ଧନ ଜୀବନର ସୁରକ୍ଷା ନିମିତ୍ତ ବୁଧବାରରୁ ଅପରାହ୍ନ ୨ଟାରୁ ଦୋକାନ ବନ୍ଦ କରିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରାହୋଇଛି। ବିଡିଓ ପଦ୍ମନାଭ ସାମନ୍ତ ରାୟ ସ୍ମାରକ ପତ୍ର ଗ୍ରହଣ କରିଥିଲେ। ବଣିକ ସଂଘର ପକ୍ଷରୁ ସଂପାଦକ ଅରୁଣ ମାହାଣା ସ୍ମାରକ ପତ୍ର ପ୍ରଦାନ କରିଥିଲେ। ବଣିକ ସଂଘର ଏତାଦୃଶ ପଦକ୍ଷେପକୁ ସାଧାରଣରେ ପ୍ରଂଶସା କରାଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)














