ମୁମ୍ବାଇ (ଓଡ଼ିଶା ତାଜା ନ୍ୟୁଜ୍) :- ଡାକ୍ତରଙ୍କ ଦ୍ୱାରା ନିଦେ୍ର୍ଦଶିତ ଭାରତର ୧ ନମ୍ବର ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରିବାକୁ ଯାଇ ହୃଦୟକୁ ଛୁଇଁଲା ଭଳି ଏକ ଡିଭିସି ଫିଲ୍କ ଉନ୍ମୋଚନ କରିଛି । #ହରକଦମହରମାକେସାଥ୍ ଶୀର୍ଷକ ଏହି ଅଭିଯାନ ମା ମାନେ ସର୍ବସାଧାରଣ ସ୍ଥଳଗୁଡିକରେ ଗୋପନୀୟତା ଏବଂ ସମର୍ଥନକାରୀ ପରିବେଶ ଅଭାବରୁ ସ୍ତନ୍ୟପାନ କରାଇବା ସମୟରେ ଅନେକ ସମୟରେ ଅଣଦେଖା କରାଯାଉଥିବା ଯେଉଁସବୁ ଚାଲେଞ୍ଜର ସମ୍ମୁଖୀନ ହୁଅନ୍ତି, ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରୁଛି । ଜଣେ ମା’ଙ୍କର ସ୍ୱାଚ୍ଛନ୍ଦ୍ୟ ଏବଂ ଆତ୍ମବିଶ୍ୱାସ ତାଙ୍କ ନିଜ ଘର ଦ୍ୱାରଦେଶରେ ଶେଷ ହୋଇଯିବା ଅନୁଚିତ ବୋଲି ଚିନ୍ତାଧାରା ଦ୍ୱାରା ଅନୁପ୍ରେରିତ ହୋଇ ହିମାଳୟ ବେବିକେୟାର ସମଗ୍ର ଭାରତରେ ନିୟୁତ ନିୟୁତ ମା’ମାନଙ୍କ ନିମନ୍ତେ ଏହି ଅନୁଭୂତିରେ ରୂପାନ୍ତରଣ ଆଣିବାକୁ ଲକ୍ଷ୍ୟ ରଖିଛି ।
ବିଗତ ୧୩ ବର୍ଷ ଧରି ହିମାଳୟ ବେବିକେୟାର ସମଗ୍ର ଭାରତରେ ବିମାନ ବନ୍ଦର, ରେଳଷ୍ଟେସନ, ହସପିଟାଲ ଏବଂ ଅନ୍ୟ ସର୍ବସାଧାରଣ ସ୍ଥଳ ଆଦିରେ ୫୦୦ରୁ ଅଧିକ ଚିନ୍ତନଶୀଳ ଭାବରେ ଡିଜାଇନ କରାଯାଇଥିବା ସ୍ତନ୍ୟପାନ ପ୍ରକୋଷ୍ଠ ସ୍ଥାପନ କରିସାରିଛି, ଯେଉଁଗୁଡିକ ମା’ମାନଙ୍କୁ ସେମାନଙ୍କ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ନିମନ୍ତେ ଗୋପନୀୟ, ପରିଷ୍କୃତ ଏବଂ ନିରାପଦ ସ୍ଥଳ ଯୋଗାଇ ଦେଉଛି । ଏହି ପ୍ରଚାର ଅଭିଯାନ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଚଳ୍ରବର୍ତ୍ତୀ ଏନ୍ ଭି, ଡାଇରେକ୍ଟର- ବେବିକେୟାର, ହିମାଳୟ ୱେଲନେସ୍ କମ୍ପାନୀ କହିଥିଲେ, “ହିମାଳୟ ବେବିକେୟାରରେ ଆମର ପ୍ରତିବଦ୍ଧତା ଉତ୍ପାଦ ସମ୍ପର୍କିତ ଯନରୁ ଯଥେଷ୍ଟ ଊଦ୍ଧ୍ୱର୍ରେ, ଏହା ମା’ମାନଙ୍କୁ ଶାରୀରିକ ଏବଂ ସାମାଜିକ ସ୍ତରରେ ଭାବପ୍ରବଣତାର ସହିତ ସମର୍ଥନ କରିବା ଉପରେ ଆଧାରିତ । #ହରକଦମହରମାକେସାଥ୍ ସହିତ ଆମେ ଅନେକ ମା’ ଯାହା ଅନୁଭବ କରୁଛନ୍ତି ଅଥଚ କହିପାରୁନାହାନ୍ତି, ତାହା ଆମେ ପରିପ୍ରକାଶ କରିବାକୁ ଚାହିଁଛୁ ।
ପ୍ରତ୍ୟେକଙ୍କି ନାନାବାୟା ଗୀତ ସ୍ୱାଚ୍ଛନ୍ଦ୍ୟର ସହିତ ଗାନ କରାଯିବା ଉଚିତ । ଆମର ୫୦୦ରୁ ଅଧିକ ହାପି ଫିଡିଂ ରୁମ୍ ଜରିଆରେ ଆମେ ମା’ମାନେ ଯେଉଁଠାରେ ଥିଲେ ମଧ୍ୟ ସେମାନଙ୍କୁ ସେହି ଶାନ୍ତିର ନିକଟତର କରାଇବା ଲକ୍ଷ୍ୟ ରଖିଛୁ ।” ଏହି ପ୍ରୟାର ଅଂଶସ୍ୱରୂପ ପ୍ରତ୍ୟେକ ହିମାଳୟ ବେବି ସୋପ୍, ଲୋସନ ଏବଂ କ୍ରିମ୍ ବିକ୍ରିରୁ ୫ ଟଙ୍କା ମା’ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟକର ସ୍ତନ୍ୟପାନ ପ୍ରକୋଷ୍ଠ ନିର୍ମାଣ ନିମନ୍ତେ ଅବଦାନ ରଖାଯାଉଛି । ପ୍ରତିବର୍ଷ ୫.୫ ନିୟୁତରୁ ଅଧିକ ମା’ ଏହି ସୁବିଧାଗୁଡିକ ବ୍ୟବହାର କରୁଥିବାବେଳେ ସମଗ୍ର ଭାରତରେ ଅଧିକରୁ ଅଧିକ ମା’ମାନଙ୍କୁ ସ୍ତନ୍ୟପାନ କରାଇବା ଯେଭଳି ସହଜ ଓ ସୁବିଧାଜନକ ହୋଇପାରିବ, ତାହା ବ୍ରାଣ୍ଡ୍ର ଲକ୍ଷ୍ୟ । #ହରକଦମହରମାକେସାଥ୍ ଅଭିଯାନ ବିଶ୍ୱ ସ୍ତନ୍ୟପାନ ସପ୍ତାହ (ଅଗଷ୍ଟ ୧-୭) ପାଳନ ଅବସରରେ ହିମାଳୟ ବେବିକେୟାର୍ର ସମସ୍ତ ଡିଜିଟାଲ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକରେ ଶୁଭାରମ୍ଭ କରାଯାଇଛି ।














