No Result
View All Result
ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) :- ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ଗ୍ରାମ ସ୍ଥିତ ଜୟ ଜଗନ୍ନାଥ କ୍ଲବ ପରିସରରେ ବେଗୁନିଆ ମିଡ଼ିଆ ହାଉସ ଓ ସମ୍ମିଳିତ କର୍ମଜୀବୀ ଖୋର୍ଦ୍ଧା ଶାଖା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଭଗବାନ ପଣ୍ଡାଙ୍କ ଆବାହକତ୍ବରେ ବିଶ୍ଵ ବନ୍ଧୁତା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ କମିଟିର ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ବାରିକ,ଜିଲ୍ଲା ସଭାପତି ହେମନ୍ତ କୁମାର ବେହେରା,
ଉପ ସଭାପତି ରଜନୀକାନ୍ତ ଜଗଦେବ ଓ କୋଷାଧ୍ୟକ୍ଷ ମଞ୍ଜୁଲତା ଇନ୍ଦ୍ରଜିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତେ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଅଜୟ କୁମାର ସେଠୀ, ମାନସ ରଞ୍ଜନ କର, ,ଯୋଗେଶ୍ୱର ପଣ୍ଡାଙ୍କ ସହିତ କ୍ଲବ ସଦସ୍ୟ ପ୍ରମୂଖ ନିଖିଳ ବିହାରୀ ମହାପାତ୍ର, ଗୌରବ ପଣ୍ଡା,ସୁଶାନ୍ତ କୁମାର ରଣା ପୂର୍ଣ୍ଣଚନ୍ଦ୍ର ସେଠୀ ଓ ରାଜ କିଶୋର ଦାଶ ପ୍ରମୁଖ ସହଯୋଗ କରିଥିଲେ ।

No Result
View All Result