No Result
View All Result
ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବାଣପୁର ମଣ୍ଡଳ ଅନ୍ତର୍ଗତ ଭୀମପୁର ସ୍ଥିତ କପିଳ ଵିଦ୍ୟାପୀଠର ପ୍ରାକ୍ତନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀଙ୍କ ଅବସର ଗ୍ରହଣ ଜନିତ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷା ଅମରେନ୍ଦ୍ର ରଣସିଂହ, ମୁଖ୍ୟ ବକ୍ତା ଭାବେ ବାଣପୁର ମଣ୍ଡଳ ଶିକ୍ଷାଧିକାରୀ ସନାତନ ଜାଲି, ସମ୍ମାନିତ ଅତିଥି ଭାବେ ଗାଲୁଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି, ପ୍ରାକ୍ତନ ବାଣପୁର ବ୍ଲକ ଶିକ୍ଷକ ସଂଘ ର ସଭାପତି ଭିକାରୀ ଚରଣ ପ୍ରଧାନ ବାଣପୁର ବ୍ଲକ ର ଏବିଇଓ ପ୍ରଭାତ କୁମାର ସେଠୀ,

ବିଦ୍ୟାଳୟ ପରିଚାଳନା କମିଟି ର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ହରିହର ପ୍ରସାଦ ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ରେସ୍ମା ଚୈ।ପୁରୀ, ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀ ଙ୍କ ର କାର୍ଯ୍ୟଦକ୍ଷତା,ନିଷ୍ଠା, ନିୟମିତତା ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ତ୍ରିପାଠୀ ସଭାରେ ପୈ। ରୋହିତ୍ୟ କରିଥିଲେ।
ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ମନ୍ତ୍ରୋଚ୍ଚାରଣ କରିଥିବା ବେଳେ ଶିକ୍ଷୟିତ୍ରୀ ସୁଚେତା ପାତ୍ର ସ୍ବରଚିତ ଵିଦାୟଗୀତିକା ଆଵ୍ରୂତ୍ତି କରିଥିଲେ। କାର୍ଯ୍ୟକ୍ରମ ର ସନ୍ ଯୋଜନା ଶିକ୍ଷକ ମନୋରଂଜନ ଖୁଣ୍ଟିଆ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଚିତ୍ରମାଳା ସେଠି,ମମତା ବେହେରା, ପ୍ରମୁଖ ସହାୟତା କରିଥିଲେ। ଛାତ୍ରୀ ସୁଶ୍ରୀ ଈଷାନୀ ପରିଡ଼ା ଓ ସୁପ୍ରିୟା ଦାଶ ଯୁଗ୍ମ ସମ୍ବଲପୁରୀ ନ୍ରୃତ୍ୟ ପରିବେଷଣ କରି ଥିଲେ। ବିଦ୍ୟାଳୟ ର ପ୍ରାକ୍ତନ ପୂରାତନ ଛାତ୍ର ସଂସଦ ର ସଭ୍ୟ ରାଜକିଶୋର ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ ।

No Result
View All Result