No Result
View All Result
ଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମର୍ଣିଙ୍ଗମିଟ ର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ସର୍ବ ସମ୍ମତି କ୍ରମେ ଅନୁଷ୍ଠିତ ହୋଇଥିଲା । ରବିବାର ଦିନ ସକାଳେ ଅନୁଷ୍ଠାନର ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ଵ ଗ୍ରହଣ ଉତ୍ସବ ସଂଗଠନର ଉପଦେଷ୍ଟା ସ୍ଵାଧୀନ ଚେତା ମହାନ୍ତିଙ୍କ ଦ୍ଵାରା କରାଯାଇଥିଲା । ଅପ୍ରତିଦ୍ୱନ୍ଦୀ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ସୋଇଥିବା ସଭାତି ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସଭାପତି କାର୍ଯ୍ୟ ତୁଲାଇବା ପାଇଁ ଦାୟୀତ୍ବ ହସ୍ତତନ୍ତ କରିଥିଲେ ।
ସେହି ପରି ଉପସଭାପତି ଭାବେ ବଳରାମ ସାହୁ ( ଅନିଲ ବାବୁ ), ଏବଂ ଟିଟନ୍ ସାହୁ । ସାଧାରଣ ସଂପାଦକ ଭାବେ ସୁଧୀର କୁମାର ପଟ୍ଟନାୟକ, ସହ ସଂପାଦକ ଭାବେ ବିନୟ କୁମାର ଜେନା , କୋଷାଧ୍ୟକ୍ଷ ଭାବେ ଯୁଗଳ କିଶୋର ସାହୁ, , ସଂଯୋଜକ ଭାବେ ବଲ୍ଲଭ କୁମାର ଜେନା , ସାଂସ୍କୃତିକ ସଂପାଦକ ଭାବେ ଅନିଲ ମହାନ୍ତି, ଉପଦେଷ୍ଟା ଭାବେ ସ୍ଵାଧୀନ ଚେତା ମହାନ୍ତି, ବିପିନି ବିହାରୀ ପାଢ଼ୀ , ମୁକ୍ତି କାନ୍ତ ମହାପାତ୍ର, ହେମନ୍ତ କୁମାର ସାହୁ,
ସଦସ୍ୟ ଭାବେ କରିମ ସା, ଗିରିଶ ଚନ୍ଦ୍ର ବାରିକ, ହୃଦାନନ୍ଦ ବେହେରା, ଦିଲିପ୍ କୁମାର ସାହୁ, ଲିଙ୍କନ ରାଉତ, ଦେବାଶିଷ ତ୍ରୀପାଠୀ, ଅକ୍ଷୟ କୁମାର ଲେଙ୍କା, ଇଞ୍ଜିନିୟର ଶ୍ରୀନିବାସ ବିଶ୍ଵାଳ, ସାମ୍ବାଦିକ ପ୍ରଦୀପ୍ତ କୁମାର ଦାସ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦଳାଇ ପ୍ରମୁଖ ଉପସ୍ଥିତ ରହି ବିଦ୍ଧିବଧ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ । ବିଭିନ୍ନ ସମୟରେ ଅନୁଷ୍ଠାନ ସମାଜର କଲ୍ୟାଣ କାରୀ କାର୍ଯ୍ୟ ସବୁଦିନ ପାଇଁ ଜାରି ରଖିବ ବୋଲି ନିର୍ବାଚିତ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଶପଥ ନେଇନଥିଲେ ।

No Result
View All Result