No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରକୃତି ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଥିବା ମଣିଷ ଜାତି ବିଭିନ୍ନ ସମୟରେ ଜୀବଜନ୍ତୁଙ୍କୁ କୌଶଳକ୍ରମେ ଧରିଆଣି ସେମାନଙ୍କର ଜୀବିକା ନିର୍ବାହ କରୁଥିବାର ଦେଖାଯାଉଛି । ଏହି ପରିପ୍ରେକ୍ଷରୀରେ ଜଳାଶୟରେ ଥିବା ମାଣ୍ଡିଆ କଙ୍କଡା ତଥା ଦେଶୀ କଙ୍କଡା ଅନ୍ୟତମ । ଏହି ପ୍ରଜାତିର କଙ୍କଡା ସାଧାରଣତଃ ବର୍ଷା ଦିନ ହେଲେ ବହୁଳ ଭାବରେ ବିଭିନ୍ନ ଜଳାଶୟ , ଝରଣା, ନଦୀକୂଳ , ପଥର ଖୋଲ ଓ ବିଲବାଡିରେ ଗାତ ଖୋଳି ରହିଥାନ୍ତି ।
ଏମାନଙ୍କୁ ଧରି ବଜାରରେ ବିକ୍ରି କରାଯାଏ । ଏହି ମାଣ୍ଡିଆ କଙ୍କଡାରେ ପ୍ରଚୁର ପରିମାଣରେ ଭିଟାମିନ୍ , ଜୀବସାର ଓ ଅନ୍ୟାନ୍ୟ ପଦାର୍ଥ ରହିଛି । ଆଉ ମଧ୍ୟ ମାଣ୍ଡିଆ କଙ୍କଡା ସ୍ୱାଦିଷ୍ଟ ଓ ଏହାର ବାସ୍ନା ବହୁତ ଭଲ ଫଳରେ ଲୋକମାନେ ଖାଇବାକୁ ଆଗ୍ରହ କରିଥାନ୍ତି । ତେଣୁ ଏହାର ଚାହିଦା ଓ ଦର ମଧ୍ୟ ଅଧିକ । ଏବେ ବିଲବାଡିରେ ସାର ପ୍ରୟୋଗ ଓ ଜଳାଶୟ ପ୍ରଦୂଷଣ ହୋଇଥିବାରୁ ଏହି ପ୍ରଜାତିର କଙ୍କଡା ଆସ୍ତେ ଆସ୍ତେ କମିବାରେ ଲାଗିଛି । ତେଣୁ ଯେଉଁମାନେ ଏହାକୁ ନେଇ ଜୀବନଜୀବିକା ନିର୍ବାହ କରୁଛନ୍ତି ସେମାନେ ଏବେ ପ୍ରଭାବିତ ହେଉଛନ୍ତି ।
ବର୍ଷା ଦିନେ ଶିକାରୀମାନେ ଏହି କଙ୍କଡାକୁ ଧରି ବଜାରରେ ବିକ୍ରି କରୁଛନ୍ତି । ଏହା ଫଳରେ ଏହି ଜୀବର ସଂଖ୍ୟା କମିବାରେ ଲାଗିଛି । ଭୂ ପୃଷ୍ଠରୁ ଏହା ବିଲୁପ୍ତ ହେବାକୁ ବସିଲାଣି ବୋଲି ଜୀବବିଜ୍ଞାନୀ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଲ୍ଲେଖ କରିଛନ୍ତି । ଆମ ପରିବେଶକୁ ସନ୍ତୁଳନ ରକ୍ଷା କରିବାରେ ଏହି ଛୋଟ ଜୀବ କଙ୍କଡାର ମଧ୍ୟ ଭୂମିକା ରହିଛି ବୋଲି ପ୍ରାଧ୍ୟାପକ ମହାପାତ୍ର କହିଛନ୍ତି । ଏହି ପରିପ୍ରେକ୍ଷୀରେ ବିପଦରେ ଥିôବା ଏହି ଜୀବର ବଂଶ ବିସ୍ତାର କରି ସଚେତନ ହେବା ଆବଶ୍ୟକ ବୋଲି ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି ।

No Result
View All Result