ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସ୍କୁଲ ଗୁଡ଼ିକ ମାନଙ୍କୁ ପୋଷାକ ବିତରଣ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ନିର୍ଦ୍ଦେଶ ରହିଛି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି ହୋଉଥିଲା ବାଣପୁର ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମୋଟ ୯୧ ଜଣ ଆବେଦନ କରିଥିଲେ । ଗତ ୨୫ ତାରିଖରେ ଆବେଦନ କାରୀଙ୍କୁ ଡକା ଯାଇଥିଲା ସମସ୍ତ ଖାତା ପତ୍ର ଯାଞ୍ଚ ପାଇଁ ଯାଞ୍ଚ ସମୟରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହୁଥିଲେ ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ଖାତା ଯାଞ୍ଚ ସମୟରେ ସଭାନେତ୍ରୀ ଓ ସଭ୍ୟା ଉପସ୍ଥିତ ଥିଲ । ଉପସ୍ଥିତ ସଭ୍ୟାଙ୍କୁ ଅସାଦାଚରଣ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ବାଣପୁର ବ୍ଲକ BDO ଙ୍କ ଦାଇତ୍ଵରେ ଥିବା ତହସିଲଦାର ପଦ୍ମନାଭ ଦୋରାଙ୍କୁ ଜଣେ ସରକାରୀ କର୍ମଚାରୀ କାହିଁକି ଏମିତି ଅସଦାଚରଣ କଲେ ବୋଲି ଗମ୍ଭାରୀମୁଣ୍ଡା ପଞ୍ଚାୟତର ସମସ୍ତ ସଭ୍ୟା EC ମେମ୍ବର ମାନେ ଆସି ପହଞ୍ଚିଥିଲେ ।















