ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଆଳୀଶି ଶାସନ ସ୍ଥିତ ସମ୍ବିଧାନ ପ୍ରଣୟତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀକୁ କେହି ଦୁର୍ବୃତ୍ତ ଭାଙ୍ଗି ମୁହଁକୁ କଦର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ଏ ନେଇ ବାଲିପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଦଳିତ ସଙ୍ଗଠନର ପ୍ରତିନିଧି ଦେବବ୍ରତ ଭୋଇ । ସମ୍ବିଧାନ ପ୍ରଣୟତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।















