ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ସମଗ୍ର ଭାରତବର୍ଷ ମା ପାଇଁ ଗଛ ଟିଏ ଅଭିଯାନ ରେ ସାମିଲ ହେଲେ ଶତାଧିକ ସ୍ୱେଚ୍ଛାସେବୀ l ପୁରୀ ଜିଲ୍ଲାର ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ (ନିଃସ୍ଵାର୍ଥ ପରିବାର )ସଦସ୍ୟମାନେ ରବିବାର ସକାଳୁ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁନେଇଥିଲେ l ବିଗତ 11 ବର୍ଷ ମଧ୍ୟରେ ଏହା ହେଉଛି 28ତମ ମେଗା ବୃକ୍ଷ୍ୟରୋପଣ କାର୍ଯ୍ୟକ୍ରମ l ବୃକ୍ଷ ରୋପଣ ପୂର୍ବରୁ ତାର ସୁରକ୍ଷା କବଚକୁ ଗୁରୁତ୍ୱ ଦିଅନ୍ତି। ତାପରେ ସଦସ୍ୟ ସଦସ୍ୟା ଙ୍କ ଦ୍ଵାରା ଗୋପ ଓ ଏହାର ଆଖପାଖ ଅଞ୍ଚଳ ହାଜର ହାଜର ସଂଖ୍ୟାରେ ବୃକ୍ଷ ରୋପଣ କରିସାରିଲେଣି l

ବିନା ସରକାରୀ ସହାୟତା ରେ ନିରବଛିନ୍ନ ଭାବେ ପରିବେଶ ସ୍ୱଛତା, ବୃକ୍ଷ ରୋପଣ, ଅନେକ ଜନହିତକର କାର୍ଯ୍ୟକ୍ରମ କ୍ରମାଗତ ଭାବେ କରୁଛନ୍ତି l ଆଜିର କାର୍ଯ୍ୟକ୍ରମ ଗୋପ କଲେଜର ଅବସରପ୍ରାପ୍ତ ଅଧକ୍ଷ୍ୟ ତଥା ସଂଗଠନର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ଖଟୋଇ, ବରିଷ୍ଠ ଶିକ୍ଷାବିତ୍ ସମେନ୍ଦ୍ର କୁମାର ସିଂ, ପରିବାର ର ସଭାପତି ରତ୍ନାକର ସେଠି, ବରିଷ୍ଠ ସମାଜପ୍ରେମୀ ତାପସ କୁମାର ସାହୁ,















