ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆଜି ସମସ୍ତ ୨୫୯୯ ଅଙ୍ଗନବାଡି କେନ୍ଦ୍ର ରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା, ବେଟୀ ବଚାଓ ବେଟୀ ପଢାଓ ର ଆହ୍ଵାନ ଦେଇ ଏହି ଶୋଭାଯାତ୍ରା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳ ପରିକ୍ରମା କରିଥିଲା। ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟ ଅଧିକାରୀ ମାନେ ଏହାର ପରିଚାଳନା କରିଥିଲେ।

ସମାଜ ରେ ଝିଅ ଓ ପୁଅ ଉଭୟଙ୍କ ର ଅବଦାନ ରହିଛି।ଝିଅ କୁ ଉପଯୁକ୍ତ ଭାବେ ସୁରକ୍ଷା ଦେଲେ ଓ ପଢାଇଲେ ସେ ମଧ୍ୟ ସମାଜରେ ଜଣେ ଜଣେ ସମ୍ବଳ ହୋଇ ଉଭା ହେବେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଶିଶୁ ବିଶେଷ କରି ଝିଅ ମାନଙ୍କ ସୁରକ୍ଷା ଲକ୍ଷ୍ୟ ରେ ସଚେତନ କରାଇବା ଏହି ଶୋଭାଯାତ୍ରା ର ଉଦ୍ଦେଶ୍ୟ ବୋଲି ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବେଉରା ସୂଚନା ଦେଇଥିଲେ।
















