No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୯ ନମ୍ବର ୱାର୍ଡ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ପୁରୁଣା କାଚରାମାଳ ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତା ସର୍ବେଶ୍ଵର ମାର୍ଗର ଶିଳାନ୍ୟାସ କାର୍ଯ୍ୟକୁ ସୋମବାର ଦିନ ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି ନଡ଼ିଆ ବାଡ଼େଇ ରାସ୍ତା କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ରାସ୍ତାର କିଛି ଅଂଶ ସ୍ବର୍ଗତ ସର୍ବେଶ୍ଵର ଦାସଙ୍କ ନାମରେ ଥିବାରୁ ସର୍ବେଶ୍ଵର ଦାସଙ୍କ ପରିବାର ଲୋକେ ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ, ସିଏମସିରୁ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥ ଖର୍ଚ୍ଚ ହୋଇ ନପାରି ଫେରିଯାଉଥିଲା ।

ଯାହାଫଳରେ ଏହି ରାସ୍ତାର ବିବାଦୀୟ ଅଂଶଟି ମରାମତି କିମ୍ବା ଢଳାଇ ହୋ ନପାରିବାରୁ ଉକ୍ତ ବିବାଦୀୟ ଅଂଶଟି ଖାଲଖମା ହୋଇ ପଡିରହିଲା । ଯାହାଫଳରେ ଦୈନନ୍ଦିନ ଉକ୍ତ ରାସ୍ତା ରେ ଯାଆ କରୁଥିବା ଜନସାଧାରଣ ଦୀର୍ଘ ଦିନ ଧରି ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାର ଆଶୁ ସମାଧାନ ପାଇଁ ପୁରୁଣା କାଚରାମାଳ ଗ୍ରାମର ବ୍ୟକ୍ତି ମାନେ ସ୍ୱର୍ଗତ ସର୍ବେଶ୍ଵର ଦାସଙ୍କ ପରିବାର ସହିତ କଥା ହୋଇ ଏହି ରାସ୍ତାର ନାମକରଣ ସର୍ବେଶ୍ଵର ମାର୍ଗ ରଖିବା ପାଇଁ ନିଷ୍ପତ୍ତି ନେବାର ରୁ ଆଜି ଉକ୍ତ ବିବାଦୀୟ ରାସ୍ତାର ଅଧୁରା ଖଲଖମା ସ୍ଥାନର ଢଳେଇ କାର୍ଯ୍ୟ ପାଇଁ ଶୁଭ ଦିଆଯାଇଥିଲା ।

ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟରେ ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି ଙ୍କ ସମେତ ସ୍ୱର୍ଗତ ସର୍ବେଶ୍ଵର ଦାସଙ୍କ ପୁଅ ସନକ କୁମାର ଦାସ, ବୋହୁ, ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ଉକ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୁରୁଣା କାଚରାମାଳ ଏବଂ ନୂଆ କାଚରାମାଳ ଗ୍ରାମର ଉଭୟ ପକ୍ଷର ବୟଜ୍ୟେଷ୍ଠ ବ୍ୟକ୍ତି, ଯୁବକ ମାନେ ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟକ୍ରମ କୁ ସ୍ଵାଗତ କରିଥିଲେ ।

ପୂର୍ବତନ କର୍ପୋରେଟର ସୁକାନ୍ତ କୁମାର ଭୋଇ, କଟକ ନଗର ବିଜେପି ଉପ ସଭାପତି ସ୍ବାଧିନ ଚେତା ମହାନ୍ତି, ସୂର୍ଯ୍ୟ କାନ୍ତ ବରାଳ, ବଦ୍ରିନାରାୟଣ ପଟ୍ଟନାୟକ, ଧୃବ ଚରଣ ବେହେରା, ସନ୍ତୋଷ ପଟ୍ଟନାୟକ, କିଶୋର ପଟ୍ଟନାୟକ, ବସନ୍ତ କୁମାର ସାହୁ, ସରୋଜ କୁମାର ସାହୁ, ଗୋବିନ୍ଦ ମହାରଣା, ସୁଶାନ୍ତ କୁମାର ମହାନ୍ତି , ଅକ୍ଷୟ କୁମାର ବାରିକ, ଅଶୋକ କୁମାର ସାହୁ ,ଯୋଗେନ୍ଦ୍ର ଜେନା, , ବିଚିତ୍ରାନନ୍ଦ ଭୋଇ , ଅଜୟ କୁମାର ଜେନା, ବିଭୁତି ଭୁଷଣ ପଣ୍ଡା ଙ୍କ ସମେତ ପୁରୁଣା କାଚରାମାଳ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

No Result
View All Result