No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମାହୁତି ଘଟଣା ପ୍ରତିବାଦରେ ଗୁରୁବାର କଂଗ୍ରେସ ଦଳ ସହ ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା ତାହା ଆଜି ଜଗତସିଂହପୁର ଜିଲ୍ଲାରେ ସଫଳ ହୋଇଛି l ଏହି ପରିପ୍ରେକ୍ଷୀ୍ରେ ଜଗତସିଂହପୁର ଜିଲ୍ଲାରେ ସମସ୍ତ ଦୋକାନ ବଜାର ଗାଡି ମଟର ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ବିରିଡି ବ୍ଲକରେ କଂଗ୍ରେସ ନେତା ଇଂ ହିମାଂଶୁ ମଲ୍ଲିକ ଓ ପ୍ରିୟ ବ୍ରତ ମିଶ୍ର ଙ୍କ ନେତୃତ୍ୱରେ ଭାଗ୍ୟଧର ଜେନା,
ସମୀର ଖୁଣ୍ଟିଆ, ପବିତ୍ର ପ୍ରଧାନ, କିଶୋର ପଟ୍ଟନାୟକ, ବିମଳ ସେଠୀ, ଅଶୋକ ଜେନା, ବଳରାମ ମଲ୍ଲିକ, ଜ୍ୟୋଷ୍ଣା ରାଣୀ ବେହେରା, ସୌମ୍ୟ କାନ୍ତ ସିଂହ, ଶୁଭେନ୍ଦ୍ର କାନ୍ତ ରାଉତରାୟ ପ୍ରମୁଖ ବହୁ କଂଗ୍ରେସ କର୍ମୀ ବିରିଡି ଛକଠାରେ ଗଡ଼ିମଟର ବନ୍ଦ କରିବାସହ ବ୍ଲକ, ତହସିଲ କାର୍ଯ୍ୟାଳୟ, ସ୍କୁଲ କଲେଜ, ଦୋକାନ, ସରକାରୀ କାର୍ଯ୍ୟାଳୟ ବୁଲି ବନ୍ଦ କରିଥିଲେ l ସେହିପରି ସିପିଆଇ ଏମ ପକ୍ଷରୁ ଗଣେଷ ଚନ୍ଦ୍ର ମାଣିଆ ଙ୍କ ନେତୃତ୍ୱରେ ଯୁଝିଷ୍ଠିର ଦାସ,
ବେଣୁଧର ବାରିକ, ଗୋପାଳ ରାଓ ଦୋରା, କିଶୋର ଦାସ, ଉମେଶ ଦାସ, ହରିଚରଣ ସାହୁ, ସୋମନାଥ ବାରିକ, ରୋହିତ ସ୍ୱାଇଁ ପ୍ରମୁଖ ବହୁ କର୍ମୀ ସାମିଲ ହୋଇରାସ୍ତା ରୋକ କରିଥିଲେ l ସେହିପରି ସିପିଆଇ ପକ୍ଷରୁ ତ୍ରୈଲୋକ୍ୟ ଜେନା ଙ୍କ ନେତୃତ୍ୱ ରେ ନାରାୟଣ ଭୋଳ, ରବୀନ୍ଦ୍ର ବାରିକ, ଅବନୀ ଭୋଇ, ବିଷ୍ଣୁ ଦଳାଇ, ଗୌରାଙ୍ଗ ବୋଷ, ସୁରେନ୍ଦ୍ର ଭୋଇ ବଳରାମ ସେଠୀ ପ୍ରମୁଖ ବହୁ କର୍ମୀ ବନ୍ଦ ରେ ସାମିଲ ହୋଇଥିଲେ l କେବଳ ଦୁଇଚକିଆ ଯାନ ଚଳାଚଳ କରିଥିଲା ତେବେ ନୈତିକ ତା ଦୃଷ୍ଟିରୁ ମୁଖ୍ୟ ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉପରୋକ୍ତ ନେତୃ ବୃନ୍ଦ ଦାବିକରିଥିଲେ l

No Result
View All Result