No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :-ବିରିଡି ବ୍ଲକ ସମିଳନୀ କକ୍ଷରେ ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ବ୍ଲକ ର ଏମ୍ବିକେ ଓ ସିଆରପି ମାନଙ୍କୁ ଲୋକସ ସୂଚନା ପ୍ରଯୁକ୍ତି ବିଦ୍ୟା ତାଲିମ ପ୍ରଦାନ କରାଯାଇଛି l ବ୍ଲକ ବିପିଏମ ପ୍ରତାପ ରୁଦ୍ର ନନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତାଲିମ ଶିବିରକୁ ବ୍ଲକ ଅଧଖ୍ୟା ମମତା ପାତ୍ର ଓ ବିଡ଼ିଓ ଆୟୁଷି ପତି ଉଦ୍ଘାଟନ କରିଥିଲେ l କେନ୍ଦ୍ର ସରକାର ଙ୍କ ପ୍ରଦତ୍ତ ଜାତୀୟ ଗ୍ରାମୀଣ ଜୀବିକା ମିଶନ ରେ ଏହି ଲୋକସ ପ୍ରଯୁକ୍ତି ବିଦ୍ୟାକୁ ସଂଯୋଗ କରାଯାଇଛି l
ଗୋଷ୍ଠି ଅନୁଷ୍ଠାନ ଯଥା ଏସ ଏଚ ଜି, ସିଏଲଏଫ, ଜିପିଏଲଏଫ, ଗୁଡିକର ସମସ୍ତ ଆଞ୍ଚଳିକ ଅନୁଦାନ ଓ ବେୟ ଵେବସ୍ତାର ସମ୍ପୂର୍ଣ ଅନଲାଇନ ତଥ୍ୟ ଗ୍ରହଣ କରାଯିବ l ତାଛଡା ଏସ ଏଚ ଜି ସରକାର ଙ୍କ ର ସମସ୍ତ ତଥ୍ୟ ଓ ଜୀବିକା ପାଇଁ ଉପଲବ୍ଧ ହୋଇଥିବା ସମ୍ବଳ ଗୁଡିକୁ ଚି଼ହ୍ନଟ କରାଯାଇ ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି ବିପିଏମ ନନ୍ଦ ସୂଚନା ଦେଇଥିଲେ l ଏଥି ସହ ମହାସଂଘ ଗୁଡିକର ପାଣ୍ଠି ପରିଚାଳନା ସ୍ୱଛତା ଓ ସୁଗମ ହୋଇ ପାରିବ l
ଏମ୍ବିକେ ଓ ସିଆରପି ମାନେ ସଂଗୃହିତ ସମସ୍ତ ତଥ୍ୟକୁ ମୋବାଇଲ ଆପ ମାଧ୍ୟମରେ ଅପଲୋଡ଼ କରିବେ ଯାହାକି ପରବର୍ତୀ ଅବସ୍ଥାରେ ବ୍ଲକ ବିପିଏମ ଆଇଡି ରେ ଅନୁମୋଦନ କରାଯିବ l ସବୁ କ୍ଷେତ୍ରରେ ସଠିକି ପରିଚାଳନା ଓ ତଦାରଖ ରହିବା ଦ୍ଵାରା ମହାସଂଘ ଗୁଡିକ ସଠିକ ଢଙ୍ଗରେ ପରିଚାଳିତ ହେବ l ଅନ୍ୟତମ ଅଥିତି ଭାବେ ବ୍ଲକ ହିସାବ ଅଧିକାରୀ ପ୍ରଫୁଲ କୁମାର ସ୍ୱାଇଁ ଯୋଗଦେଇ ଆଞ୍ଚଳିକ ପରିଚାଳନା କୁ ସୁସଂଗଠିତ କରିବା ପାଇଁ ମତ ପ୍ରକାଶ କରିଥିଲେ l
ତାଲିମିଦାତା ଭାବେ ଦିପ୍ତିମୟୀ ଦାଶ, ସ୍ନେହାଞ୍ଜଳି ଦାସ, କ୍ଷୀରୋଦିନୀ ମହାନ୍ତି ତାଲିମି ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ ଏମ୍ବିକେ ଓ ସିଆରପି ମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ l ବ୍ଲକର ଜୀବିକା ମିଶନ କର୍ମଚାରୀ ସସ୍ମିତା ବେହେରା ସସ୍ମିତା ବରାଳ ଓ ଡମ୍ବରୁ ଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

No Result
View All Result