ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପକ୍ଷରୁ ଶ୍ରୀ ଗୁରୁ ଦାକ୍ଷିଣା କାର୍ଯ୍ୟକ୍ରମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟସ୍ୱୟଂ ସେବକ ସଙ୍ଘର ଜିଲ୍ଲା ଶାଖା ଚାଳକ ଯୋଗ ଦେଇ ପ୍ରତି ବର୍ଷ ଆଷାଢ଼ ପୂର୍ଣ୍ଣିମାଦିନ ଏହି ଉତ୍ସବ ପାଳନ କରାଯାଇଥାଏ l

ଉକ୍ତ ଦିନ ଆମର ଆଧ୍ୟାତ୍ମିକ ଶିକ୍ଷକ, କିମ୍ବା ଗୁରୁମାନଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ଜଣାଇବା ସହ ଯେଉଁ ମାନେ ଆମକୁ ଜ୍ଞାନ ଏବଂ ଆତ୍ମ-ହୃଦୟଙ୍ଗମ ଦିଗରେ ମାର୍ଗଦର୍ଶନ କରନ୍ତି ବୋଲି କହିଥିଲେ l ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ବୈଜୟନ୍ତି ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ l














