ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଓଡ଼ଗାଁ ବ୍ଲକ ଆରଡା ପଞ୍ଚାୟତ ର କେନ୍ଦୁପଲ୍ଲୀ ଗାଁ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଟି ରୋଟାରୀ କ୍ଲବ ର ପୂର୍ବତନ ସଭାପତି ରୋଟାରିଆନ ଶ୍ରୀକାନ୍ତ ଖଟେଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା,

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁନିତା ସାହୁ ଓ କେନ୍ଦୁ ପଲ୍ଲୀ ଗାଁ ର ସଭାପତି ରାଜକିଶୋର ନାୟକ ଓ ସଂପାଦକ ପ୍ରମୋଦ ପ୍ରଧାନ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରୋଗୀ ମାନଙ୍କୁ ଚଷମା ବଣ୍ଟନ କରିବା ସହ ସେମାନଙ୍କ ସହ ତାଙ୍କର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।















