ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ତଥା ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ବାବଧାନରେ ନୟାଗଡ କୋର୍ଟ ପରିସରରେ ଚଳିତ ବର୍ଷର ବନ ମହୋତ୍ସବ କୋର୍ଟ କର୍ମଚାରୀ, ଅଧିକାର ମିତ୍ରା, ଆଇନ ସେବା ପ୍ରାଧିକରଣ କର୍ମଚାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବନ ମହୋତ୍ସବକୁ ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ଏଥିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରା ଯାଇଛି । ବୃକ୍ଷ ହି ଜୀବନ । ବୃକ୍ଷ ବିନା ମଣିଷ ବଞ୍ଚିବା ଅସମ୍ଭବ , ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିବା ସହିତ ପଥପ୍ରାନ୍ତ ବାଟୋଇ କୁ ଛାଇ ପ୍ରଦାନ କରିଥାଏ । ସମସ୍ତେ ନିଜ ନିଜ ବାଡି ତଥା ଖାଲି ପଡିଥିବା ରାସ୍ତା ପାର୍ଶ୍ଵରେ ଗଛ ଟିଏ ଲଗାଇବାକୁ ଅନୁରୋଧ କରିଥିଲେ ।















