ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଦୀର୍ଘଦିନ ଧରି ନ୍ୟାର୍ଯ୍ୟ ଦାବି ପୂରଣ ହେଉନଥିବାରୁ ରାଜ୍ୟ ରାଜସ୍ୱ ଅମଲା ସଂଘର ଆହ୍ଵାନ କ୍ରମେ ପୁରୀ ଜିଲାର ସମସ୍ତ ରାଜସ୍ୱ ଅମଲା କର୍ମଚାରୀ ମାନେ ଆନ୍ଦୋଳନମୁହାଁ ହୋଇଛନ୍ତି। ରାଜସ୍ୱ ଅମଲା ଙ୍କ ୧୦ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆଜି ଠାରୁ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ଏବଂ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଯଦି ସରକାର କୌଣସି ଦାବି ପୂରଣ ନକରନ୍ତି ଆସନ୍ତା ୧୪ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଦାବିଗୁଡ଼ିକ ମଧ୍ୟରେ ଜିଲ୍ଲାସ୍ତରରେ କାର୍ଯ୍ୟକରୁଥିବା ରାଜସ୍ଵ କର୍ମଚାରୀଙ୍କ ପ୍ରାଥମିକ ଦରମା ଓଆର୍ଏସ୍ପି – ୨୦୧୭ ଅନୁଯାୟୀ ଲେଭେଲ- ୯ କୁ ବୃଦ୍ଧି, ନୂତନ ପଦ ସୃଷ୍ଟି ଏବଂ କ୍ୟାଡର୍ ପୁନର୍ଗଠନ, ସମସ୍ତ କର୍ମଚାରୀଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ୨୦୨୦ ଥଇଥାନ ସ୍କିମ୍ ରଦ୍ଦ କରି ୧୯୯୦ ନିୟମ ଅନୁଯାୟୀ ମୃତ କର୍ମଚାରୀଙ୍କ ପରିବାରକୁ ଥଇଥାନ, ଜିଲ୍ଲା କ୍ୟାଡର ରାଜସ୍ଵ କର୍ମଚାରୀଙ୍କୁ ଶତପ୍ରତିଶତ ପଦୋନ୍ନତି, ନୂତନ ପେନସନ ସ୍କିମ ରଦ୍ଦ କରି ପୁରୁଣା ପେନସନ ସ୍କିମ ଲାଗୁ କରିବା, ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟରୁ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ପଦକୁ ପଦୋନ୍ନତି ପାଇଁ ସମୟ ଅବଧି ୪ ବର୍ଷ କରିବା ଆଦି ରହିଛି।

ସଂଘର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ତେବେ ସଂଘ ଆହୁରି ଦୃଢ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ। ଏହି ପ୍ରତିବାଦ ଆଗକୁ ଆହୁରି ତୀବ୍ରତର ହେବା ସହ ଆସନ୍ତା ୧୪ ତାରିଖ ଠାରୁ କାର୍ଯ୍ୟବନ୍ଦ ହେବ ବୋଲି ସାଧାରଣ ସମ୍ପାଦକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆଶିଷ କୁମାର ସାମନ୍ତରାୟ ଓ ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରଣବ କୁମାର ଚିନାରା ଚେତାବନୀ ଦେଇଛନ୍ତି ।














