No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଏହି ଜିଲ୍ଲା ବିରିଡି ବ୍ଲକ ହାଜିପୁର ସ୍ଥିତ ପବିତ୍ର ଧ୍ୟାନକୁଦ ପୀଠ ଜଗନାଥ ମନ୍ଦିରରେ ଶ୍ରୀ ଜୀୟୁ ମାନଙ୍କ ବାହୁଡା଼ ଯାତ୍ରା ଶନିବାର ସମାପନ ହୋଇଛି l ଶ୍ରୀ ଜୀୟୁ ମାନେ 9ଦିନ ମାଉସୀମା ହାତରୁ ପୋଡପିଠା ଖାଇ ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡ଼ିଛନ୍ତି l ଏହି ଉପଲକ୍ଷେ ପ୍ରଭାତରେ ଦ୍ୱାରଫିଟା, ମଙ୍ଗଳ ଆଳତୀ, ମୈଲମ, ତଡପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ସକାଳ ଧୂପ, ସେନାପଟା ଲାଗି,

ମଙ୍ଗଳାର୍ପଣ, ଟାହିଆବିଜେ, ପହଣ୍ଡି, ମନ୍ଦିର ଅଚାର୍ଯ୍ୟ ଙ୍କ ରଥ ପରିକ୍ରମା, ପହଣ୍ଡିରେ ପ୍ରଭୁ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନାଥଙ୍କୁ ଅଣାଯାଇ ରାଥାରୁଢ କରାଯାଇ ଥିଲା l ମଦନ ମୋହନ ବିଜେ, ଚିତାଲାଗି, ରଥରେ ବେଦ ମନ୍ତ୍ର ପାଠ ମନ୍ଦିରର ଶଙ୍କରାଚାର୍ଯ୍ୟ ଙ୍କ ରଥ ପରିକ୍ରମା l ମନ୍ଦିରର ରାଜା ପ୍ରମୋଦ କୁମାର ନନ୍ଦିଙ୍କ ଛେରା ପହଁରା କରାଯିବା ପରେ ଚାର ମାଳ ଫିଟା ଘୋଡା ସାରଥୀ ଲାଗିଥିଲା l

ମନ୍ଦିରର ବିଶ୍ୱାବସୁ ବିଭୁଦତ୍ତ ସାହୁ ଙ୍କ ନେତୃତ୍ୱରେ ସମସ୍ତ ଦୈତା ପତି ମାନେ ସେମାନଙ୍କ କାର୍ଯ୍ୟକ୍ରମ ସମାପନ କରିଥିଲେ l ପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଦ୍ୱାରା ରଥ ଟଣାଯାଇଥିଲା l ଭକ୍ତ ମାନେ ରଥକୁ ମାଉସୀମା ମନ୍ଦିର ପାଖରୁ ଟାଣି ଟାଣି ଆଣି ମନ୍ଦିର ପାଖରେ ରଖି ଥିଲେ ସେଠାରେ ରବିବାର ସୁନାବେଶ, ସୋମବାର ଅଧର ପଣା, ଓ ମଙ୍ଗଳ ବାର ନୀଳାଦ୍ରି ବିଜେ କରାଯିବ ବୋଲ ବିଶ୍ୱାବସୁ ବିଭୁଦତ୍ତ ସାହୁ କହିଛନ୍ତି l ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ସ୍ଥାନୀୟ ପୋଲିସ ପକ୍ଷରୁ ଭିଡ କୁ ନିୟନ୍ତ୍ରଣ କରାଯାଇଥିଲା l

No Result
View All Result