ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜଟଣୀ ଲବଣଗିରି ଜଗନ୍ନାଥ କ୍ଷେତ୍ରରେ ହେରା ପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ନିଜ ଭାଇ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିରକୁ (ପାଞ୍ଚଗାଁ) ନବ ଦିନାତ୍ମକ ଯାତ୍ରାରେ ଯାଇଛନ୍ତି । ପରମ୍ପରା ଅନୁସାରେ ମାଉସୀ ମା ଘରେ ପୋଡ଼ ପିଠା ଖାଇ ଅନ୍ନଦାତ୍ରୀ ମା ଲକ୍ଷ୍ମୀ ଙ୍କୁ ମହାପ୍ରଭୁ ପାସୋରି ଯାଇଛନ୍ତି ।

ଯେଉଁ କାରଣରୁ କ୍ରୋଧ କରି ମା ଲକ୍ଷ୍ମୀ ଆଜି ହେରା ପଞ୍ଚମୀରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ନିଜର ଅଭିମାନ ପ୍ରକାଶ କରିଛନ୍ତି । ଏହି ସମୟରେ ବଡ଼ ଭାଇ ବଳଭଦ୍ର ନିଜ ମୁହଁ ଘୋଡାଇ ରଖି ଲକ୍ଷ୍ମୀଙ୍କ କ୍ରୋଧରୁ ବଞ୍ଚିବା ସହ ଓଡ଼ିଆ ପରମ୍ପରା ଅନୁଯାୟୀ ଭାଇ ଓ ଭାଇ ବୋହୁଙ୍କ ମିଳନକୁ ଦେଖିବାରୁ ନିଜକୁ ନିବୃତ ରଖିଥିଲେ ।















