ଓଡିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ଶନିବାର) ନୟାଗଡ :- ଗ୍ରହରାଜ ସାପ୍ତାହିକଖବର କାଗଜର ସମ୍ପାଦକ, ବରିଷ୍ଠ ସାମ୍ବାଦିକ ହରିହର ମହାପାତ୍ରଙ୍କ ଶୋକ ସଭା ନୟାଗଡ ସାମ୍ବାଦିକ ଭବନରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ହୋଇଯାଇଛି । ଏହି ଶୋକସଭାରେ ଭବନର ବରିଷ୍ଠ ରାମକୃଷ୍ଣ ରଥ, ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ , ରଣଜିତ ଦାଶ , ବାସୁଦେବ ମହାନ୍ତି ସ୍ମୃତି ଚାରଣ କରିଥିବାବେଳେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସ୍ୱାଇଁ, ସାମ୍ବାଦିକ ଲୋକନାଥ ମିଶ୍ର, ଦିନମଣି ମହାନ୍ତି , ଯଯାତି କେଶରୀ ପ୍ରଭାତ କୁମାର ମହାପାତ୍ର ପ୍ରଭୃତି ବହୁ ସାମ୍ବାଦିକ ଶୋକସଭାରେ ଯୋଗଦେଇଥିଲେ ।
ସଭାରେ ହରି ବାବୁ ନୟାଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଶ୍ରମିକଙ୍କ ଉର୍ନ୍ନତି ଓ ଦୁର୍ନୀତି ବିରୁଦ୍ଧରେ ଆଗଧାଡିର ଯୋଦ୍ଧା ଥିଲେ ବୋଲି ମତପ୍ରକାଶ ପାଇଥିବାବେଳେ ସାମ୍ବାଦିକଙ୍କ ଉର୍ନ୍ନତି ପାଇଁ ସଂଗ୍ରାମ ଜାରି ରଖିଥିଲେ l ହରି ବାବୁଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟି ନିରବ ପ୍ରାର୍ଥନା ଉପସ୍ଥିତ ସାମ୍ବାଦିକ ମାନଙ୍କ ପକ୍ଷରୁ କରାଯାଇଥିଲା । (ରିପୋର୍ଟ ରାମ କୃଷ୍ଣ ରଥ)














