କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସ୍ଥିତ ଗଡ଼ଗଡ଼ିଆ ଘାଟ ନିକଟ ଗଡଗଡିଆ ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟର ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘର କଟକ ଜିଲ୍ଲା କମିଟିର ଏକ ପ୍ରସ୍ତୁତି ବୈଠକ ଆଜି ରାଜ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଅସହାୟ, ଅବହେଳିତ କଳାକାର ରହିଛନ୍ତି, କିନ୍ତୁ ସରକାରଙ୍କର ଦୃଷ୍ଟି ଆଢ଼ୁଆଳରେ ସେମାନେ ରହିଯାଇଛନ୍ତି । କିନ୍ତୁ ସରକାର ସେମାନଙ୍କୁ ଚିହ୍ନଟ କରୁନାହାନ୍ତି କି ସେମାନଙ୍କୁ ଭତା ସମେତ ବାସଗୃହ ଯୋଗାଣ, ଜୀବନ ବୀମା ଆଦି ସୁବିଧା ସୁଯୋଗ ଦେଉନଥିବାରୁ ବୈଠକରେ ଦୁଃଖ ପ୍ରକାଶ ପାଇଥିଲା।

ଏହି ବୈଠକରେ ମହାସଂଘରେ ବହୁ କଳାକାର ଯୋଗ ଦେଇ ସଂଘରେ ସାମିଲ ହୋଇଥିଲେ । ଆୟୋଜିତ ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲା କମିଟି ନିମନ୍ତେ ଡ଼କ୍ଟର ଗ୍ୟାନଗୁରୁ ଦାସଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିବାବେଳେ ବିଶିଷ୍ଟ କବି ଓ କଳାକାର ମୂରଲୀଧର ଶତପଥୀଙ୍କୁ ସଭାପତି ଓ ନିବାସ ଚନ୍ଦ୍ର ମିଶ୍ରଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିବା ପାଇଁ ସଙ୍ଗ ନିଷ୍ପତ୍ତି ନେଇଥିଲେ । ଯାହା ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ବୈଠକରେ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ ।















