ଏହାପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତ ମାନେ ଟାଣିଥିଲେ | ଅପରାହ୍ନ ସାଢେ ୪ ଘଟିକା ସମୟରେ କାଳିଆ ସାଆନ୍ତଙ୍କ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଥିଲା | ରଥ ଟଣା ସମୟରେ ହରିବୋଲ,
ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଵା ଏକ ଭାବମୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା | ଏହାପରେ ସନ୍ଧ୍ୟା ୭ ଘଟିକା ସମୟରେ ଆଡ଼ପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥିଲା | ଜନ୍ମବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ରବିବାର ସକାଳୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଦାରୁବ୍ରହ୍ମ |
ରଟ ଟଣା ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା | ରଥ ଟଣା ସମୟରେ ଡ଼ିଏସପି ସନାତନ କାଲୋ , ଏସ୍ଡ଼ିପିଓ ଦୀପ୍ତିକାନ୍ତ ପ୍ରଧାନ, ରଣପୁର ଆଇ.ଆଇ.ସି. ଆଶିଷ ଦେବ ସାହୁ, ଚାନ୍ଦପୁର ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ, ଏ.ଏସ. ଆଇ. ଧର୍ମେନ୍ଦ୍ର ସିଆଳ,
ଏ.ଏସ. ଆଇ. କୃତିବାସ ହରିଚନ୍ଦନ ଙ୍କ ସହ ପୋଲିସ ଟିମ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ | ରଥ କାରିଗର ତଥା ମହାରଣାମାନେ ସଠିକ ଭାବେ ଦାୟିତ୍ୱ ନିର୍ବାହ କରି ସୁଚାରୁରୂପେ ତିନି ରଥକୁ ନେଇ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇଥିଲେ |

© 2023 Odisha Taza News.