ଆର,ଉଦୟଗିୟି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ରାମଗିରି ଥାନା ନୁଆସାହି ଘାଇ ରୁ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର କରିଛି ପୋଲିସ l ମୃତ ଯୁବକ ହେଲେ କଡ଼ମାସିଂ ଗାଁର ରାମଚନ୍ଦ୍ର ନାୟକ(୩୫) l ସୂଚନା ପ୍ରକାରେ, ଗତ ରବିବାର ଦିନ ଠାରୁ ସେ ନିଖୋଜ ଥିବାନେଇ ରାମଗିରି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପରେ ପୋଲିସ ଓ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଜାରି ରଖିଥିଲେ। ତେବେ ଆଜି ତାଙ୍କର ହାତଗୋଡ଼ ବନ୍ଧା ମୃତଦେହ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ନୁଆସାହି ଘାଇରେ ପଡ଼ିଥିବା ଜାଣି ପରିବାର ଲୋକେ ପୁଲିସ କୁ ଖବର ଦେଇଥିଲେ l
ସେଥିସହ ରାମଟନ୍ଦ୍ର ର ମର୍ଡର ହୋଇଥିବା ମୃତକର ବଡ ଭାଇ ବରୁଣ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ରା ଉଦୟଗିରି ଏସଡିପିଓ ଅମିତାଭ ପଣ୍ଡା,ସାଇଣ୍ଟିଫିକ୍ ଟିମ,ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ଅଧିକାରୀ ଗଜପତି ଦୋରା ଓ ତାଙ୍କ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରିଛି l ରାମଚନ୍ଦ୍ର ଙ୍କ ମୁହଁରେ ଗାମୁଛା ବନ୍ଧା ଯାଇଥିବା ବେଳେ ହାତ ଓ ଗୋଡ ରେ ଦଉଡି ବନ୍ଧା ଯାଇଛି l ଏଥିସହ ଏକ ଠେଙ୍ଗାରେ ମୃତଦେହ ବନ୍ଧା ଯାଇଥିବା ବେଳେ ବଡ଼ ପଥର ବନ୍ଧା ଯାଇଥିବା ଦେଖିବାକୁ ମିଳିଛି l
ମୁଣ୍ଡରେ ଗୁଳିବିଧ ହୋଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ତାଙ୍କୁ କେହି ହତ୍ୟା କରି ଘାଇରେ ଫିଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି l ପୋଲିସ ଘଟଣାର ଛlନବିନ କରି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି l ଘଟଣାର ତଦନ୍ତ ଚାଲିଛି l ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ତଦନ୍ତ କରାଯାଉଛି ବୋଲି ରା.ଉଦୟଗିରି ଏସଡ଼ିପିଓ କହିଛନ୍ତି l ଅପର ପକ୍ଷେ ମୃତକର ଭାଇ ବରୁଣ ସଠିକ ତଦନ୍ତ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।














