• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଦୁଲତା ହୁଇକା ରାଜ୍ୟ ସ୍ତରରେ ସମ୍ମାନିତ

Proprietor Abhimanyu Maharana by Proprietor Abhimanyu Maharana
June 24, 2025
in ଓଡ଼ିଶା, ରାୟଗଡା, ହୋମ୍
0
ବିଦୁଲତା ହୁଇକା ରାଜ୍ୟ ସ୍ତରରେ ସମ୍ମାନିତ
Share on FacebookShare on TwitterWhatsapp

ରାୟଗଡ଼ା (ଓଡ଼ିଶା ତାଜା ନ୍ୟୁଜ୍)  :- ଅଖଣ୍ଡ ଓଡ଼ିଶା ମିଶନ ଓ ଏହାର ମୁଖପତ୍ର ଐକତାନ ତରଫରୁ ଲୋହିଆ ଏକାଡେମୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ବିଦୁଲତା ହୁଇକାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀଯୁକ୍ତା କୃଷ୍ଣା ମହାନ୍ତି ଉଦ୍ଘାଟିକା, ପ୍ରାକ୍ତନ ନ୍ୟାୟମୂର୍ତ୍ତି ଶ୍ରୀ ଅରୁନ କୁମାର ପରିଚ୍ଛା ମୁଖ୍ୟ ଅତିଥି, ଅଧ୍ୟାପକ ପବିତ୍ର ମୋହନ ଦାସ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଦୁଲତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ବହୁ ମହାମନିଷୀ ମାନଙ୍କ ଅଦମ୍ୟ ଉଦ୍ୟମ ଫଳରେ ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯାଇଛି । ମାତ୍ର ସମ୍ପ୍ରତି ଉକ୍ତ ଓଡ଼ିଶାକୁ ବିଚ୍ଛିନ୍ନତାବାଦର ବିଭିନ୍ନ ଆଳରେ ଯେପରି ଭାଗ ଭାଗ କରିଦେବାକୁ ଚକ୍ରାନ୍ତ ଚାଲିଛି, ତାକୁ ପ୍ରତିହତ କରିବା ପାଇଁ ଅଖଣ୍ଡ ଓଡ଼ିଶା ମିଶନ ଏକ ଅଭିଯାନ ମାଧ୍ୟମରେ ତାର କାର୍ଯ୍ୟକ୍ରମ ଜାରି ରଖିଛି ବୋଲି କହିଛନ୍ତି କୃଷ୍ଣା । ମିଶନର ମୁଖପତ୍ର ଐକତାନ ଓଡ଼ିଶା ରାଜ୍ୟରେ ପ୍ରଚଳିତ ଆଠଟି ଭାଷାରେ ବିଭିନ୍ନ ଲୋକଭିତ୍ତିକ ସମସ୍ୟା ଓ ସମ୍ଭାବନା ଉତ୍ଥାପନ କରିଆସୁଛି ବୋଲି ଏହାର ସମ୍ପାଦକ କବି ଶୈଳଜ ରବି ତାଙ୍କର ମତ ରଖିଛନ୍ତି । ମିଶନର ଆବାହିକା ଅପର୍ଣ୍ଣା ନାୟକ, ଐକତାନର କାର୍ଯ୍ୟକାରୀ ସମ୍ପାଦିକା ସୁସ୍ମିତା ରଥ ଏବଂ ପରିଚାଳନା ସମ୍ପାଦିକା ଅଦିତି ସାହୁ ଏହି ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ ।

ଓଡିଶାରେ ୬୨ ପ୍ରକାର ଆଦିବାସୀଙ୍କ ସ୍ଵତନ୍ତ୍ର ଭାବେ ୬୨ ପ୍ରକାର ଭାଷା ପ୍ରଚଳିତ ଥିଲା । କାଳକ୍ରମେ ତନ୍ମଧ୍ୟରୁ ବିଭିନ୍ନ କାରଣ ବଶତଃ ଅନେକ ଭାଷା ଲୋପ ପାଇଛି । ତଥାପି ପାଖାପାଖି ୩୦ ଟି ଭାଷା ଏବେବି ଜୀବିତ କିମ୍ବା ମୃତ୍ୟୁର ଦ୍ୱାର ଦେଶରେ । ମାତୃଭାଷା ଆମ ସମସ୍ତଙ୍କ ଅସ୍ତିତ୍ତ୍ଵ । ଆମକୁ ଓଡ଼ିଶା ରାଜ୍ୟକୁ ଅଖଣ୍ଡ ରଖିବାକୁ ହେଲେ ସମସ୍ତ ବର୍ଗଙ୍କୁ, ବିଶେଷ ଭାବେ ଆଦିବାସୀଙ୍କୁ ସମ୍ମାନ ଦେବାକୁ ହେବ, ସେମାନଙ୍କ ଭାଷାକୁ ଆଦରିବାକୁ ହେବ ଯେପରି ସେମାନେ ଓଡ଼ିଆ ଭାଷାକୁ ଆଦରି ନେଇଛନ୍ତି । ଆଦିବାସୀ ହିସାବରେ ଅଖଣ୍ଡ ଓଡ଼ିଶାରେ ସମ୍ମାନର ସହ ବଞ୍ଚିବା ଆମ ସମସ୍ତଙ୍କ ସ୍ଵପ୍ନ ବୋଲି ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ ବିଦୁଲତା ।

ରାୟଗଡାରୁ ସାହିତ୍ୟିକ ସତ୍ୟନାରାୟଣ ଗନ୍ତାୟତ ଓ ଅନ୍ୟାନ୍ୟ ବୁଦ୍ଧିଜୀବିଗଣ ଯଥା ଯୋଗେଶ ଦାସ, ଦୀପକ ପୃଷ୍ଟି, ରଶ୍ମିରଞ୍ଜନ ଦୋରା, ରବୀନ୍ଦ୍ର ପାଟଖଣ୍ଡାଳ, ଅଜୟ ରଥ, ଶ୍ୟାମ କୁମାର ଦାସ, ବିଜୟ ଦାସ, ବିଦ୍ୟାଭୂଷଣ ପଣ୍ଡା, ଟି ନାଗରାଜୁ, ବିଜୟ କୁମାର ମେଲେକା, ରାଜେଶ୍ୱରୀ ଦଳାଇ, ପ୍ରମୋଦ ପଣ୍ଡା, ରାଜା ପାଣିଗ୍ରାହୀ, ଜଳେନ୍ଦ୍ର ବାଛିଲି, ଜ୍ୟୋତିଜିତ ପଣ୍ଡା ପ୍ରମୁଖ ଏହି ସମ୍ମାନ ପାଇଁ ବିଦୁଲତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

April 27, 2026
ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

April 27, 2026
ଦୁର୍ଗମରେ ଫେଲ ମାରିଛି ବସୁଧା ଯୋଜନା

ଦୁର୍ଗମରେ ଫେଲ ମାରିଛି ବସୁଧା ଯୋଜନା

April 27, 2026
ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

April 27, 2026
ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version