No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ବଲାଙ୍ଗୀର :- ବଲାଙ୍ଗୀର ଜିଲ୍ହା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡ଼ୁମେରଚୁଆଁ ଗ୍ରାମର ଜଣେ ଯୁବକ ନିଖୋଜ ହେଇଥିବା ନେଇ ତାଙ୍କ ବିଧବା ମାଁ ଥାନାରେ ଏତଲା ଦେଇଛନ୍ତି I ଯୁବକ ଜଣଙ୍କ ହେଉଛନ୍ତି ଡ଼ୁମେରଚୁଆଁ ଗ୍ରାମର ମୃତ ହେମନ୍ତ ମାଝୀଙ୍କ ପୁଅ କୁଞ୍ଜ ମାଝୀ (୧୯) I ସୂଚନା ଅନୁସାରେ ଶୁକ୍ରବାର ଦିନରେ ଏକ ବିବାହ ଉତ୍ସବ ତାଙ୍କ ପଡ଼ାରେ ହେଉଥିଲା I କୁଞ୍ଜ ସେ ଦିନ ରାତି ପାଖା ପାଖି ୮ ଟା ସମୟରେ ମୋବାଇଲ ରେ କଥା ଲାଗିକି ଘରୁ ବାହାରିଲା
ହେଲେ ସେ ରାତିରେ ଆଉ ଘରକୁ ଫେରିଲା ନାହିଁ I ବିଳମ୍ବ ହେବା ଯୋଗୁଁ ତାଙ୍କ ପରିବାର ତାଙ୍କ ମୋବାଇଲ କୁ ଯୋଗାଯୋଗ କଲେ ହେଲେ ତାଙ୍କ ମୋବାଇଲ ସୁଇଚଅଫ ଥିଲା I ତାପରେ ତାଙ୍କ ପରିବାର ଖୋଜା ଖୋଜି କଲେ ହେଲେ କିଛି ସନ୍ଧାନ ମିଳିଲା ନାହିଁ I ପରି ଶେଷରେ ନିରାଶ ହୋଇ କଣ୍ଟାବାଞ୍ଜି ଥାନାରେ ଶନିବାର ଦିନ ନିଖୋଜ ଏତଲା ଦେଇଛନ୍ତି I ସେହି ଅଭିଯୋଗ ଆକାରେ କଣ୍ଟାବାଞ୍ଜି ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି I

No Result
View All Result