No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ଧର୍ମ ପତ୍ନୀ ଙ୍କୁ ନେଇ ଅନବସର ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଜି ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଅନବସର ସମୟରେ ଅଲାରନାଥ ଦର୍ଶନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ପୁରୀରେ ରଥଯାତ୍ରା ର ସମୀକ୍ଷା ବୈଠକ ଯୋଗଦେଇ ସେଠାରୁ ଦିନ ୩ ଘଣ୍ଟିକା ସମୟରେ ବାହାରି ଅପରାହ୍ନ ୪ ଘଣ୍ଟିକା ସମୟରେ ବ୍ରହ୍ମଗିରି ଅଲାରନାଥ ଙ୍କ ପିଠରେ ପହଞ୍ଚିଥିଲେ । ସେଠାରେ ଶ୍ରଦ୍ଧାଳୁ ଓ କର୍ମୀ ମାନଙ୍କ ହରିବୋଲ ହୁଳହୁଳି ରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଵାଗତ କରି ଅଲାରନାଥ ଙ୍କ ଅନବସର ଦର୍ଶନ କରିଥିଲେ ।
ପରେ ପରେ ମନ୍ଦିର ପରିସର ରେ ଥିବା ମା ଲକ୍ଷ୍ମୀଙ୍କୁ ଦର୍ଶନ କରି ସାରି ଚୈତନ୍ୟ ଙ୍କ ଭାବର ଶିଳାକୁ ଦର୍ଶନ କରିଥିଲେ। ଶ୍ରୀ ଅଲାରନାଥ ଙ୍କ ସେବାୟତଙ୍କ ସହ ଧର୍ମ ପତ୍ନୀକୁ ଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇ ହାତଟେକି ଜୟ ଅଲାରନାଥ ଧ୍ଵନି ଦେଇ ସିଂହ ଦ୍ଵାରକୁ ଯାଇଥିଲେ। ସିଂହଦ୍ୱାର ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖଣ୍ଡୁଆ, ଉତ୍ତରୀୟ,ଫୁଲତୋଡ଼ା ଓ ଆଲାରନାଥଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କରାଯିବା ସିଂହଦ୍ବାର ସମୁଖରେ ଭାରତୀୟ ଜନତା ପାର୍ଟିର କର୍ମୀ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ ପରେ ପୀଠରୁ ମୁଖ୍ୟମନ୍ତ୍ରୀ କାରକେଡ ଯୋଗେ ବିଦାୟ ନେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ। ସେପଟେ ରବିବାର ଥିବାରୁ ଆଜି ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା। ଖରା ଗୁଳି ଗୁଳିରେ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲେ। ମୁଖ୍ୟ ମନ୍ତ୍ରୀ ଆସିବେ ବୋଲି ଭକ୍ତ ମାନେ ଡ଼ହ ଡ଼ହ ଖରାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ରାତି ପ୍ରାୟ ୧୦ ଘଣ୍ଟିକା ପଯନ୍ତ ଧାଡିରେ ଆସି ଦର୍ଶନ କରିଥିଲେ।

No Result
View All Result