No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜସୁନାଖଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଗୋପବନ୍ଧୁ ଯୋଗ ସମିତି ସଭାପତି ଭାଗିରଥି ପାଢୀ, ଜୟ ଜଗନ୍ନାଥ ଯୋଗ ଶିବିର ସଭାପତି ସୁକାନ୍ତ ସାହୁ , ବରିଷ୍ଠ ଯୋଗ ଶିକ୍ଷକ ରମେଶ ମହାପାତ୍ର , ବଳଭଦ୍ର ସାହୁ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସୀ ଅଧିକାରୀ କିଶୋର କୁମାର ରାଉତରାୟ ,
ବ୍ୟବସାୟୀ ସଂଘ ସଦସ୍ୟ ଶିଶିର ସାହୁ , ବଲ୍ଲଭ ପ୍ରଧାନ , ମୀନା ଅପା , ଅଧ୍ୟାପକ ଚିତରଞ୍ଜନ ଦାସ , ଅବସରପ୍ରାପ୍ତ ପ୍ରାଧ୍ୟାପକ ରବି ନାରାୟଣ ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି ଅବସରରେ ଯୋଗଗୁରୁ ବିଭିନ୍ନ ଯୋଗାସନ ଶିକ୍ଷା ପ୍ରଦାନ କରିଥିଲେ । ଜଣେ ବ୍ୟକ୍ତି ନିୟମିତ ଯୋଗ କଲେ ଏହା ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେ କେବଳ ଉନ୍ନତି ଆଣିନଥାଏ ବରଂ ସାମଗ୍ରୀକ ଭାବେ ବିକାଶ କରିଥାଏ ।
ଯୋଗ ଦ୍ୱାରା ମଣିଷ ଶରୀର ର ଶାରିରୀକ ଓ ମାନସିକସ୍ତରରେ ସନ୍ତୁଳନ ରହିଥାଏ । ପ୍ରତ୍ୟେକ ବ୍ୟକ୍ତି ବିଶେଷ ର ବିକାଶ ହିଁ ସମାଜ ର ବିକାଶ ବୋଲି ଅତିଥିମାନେ ମତ ରଖିବା ସହ ଏହି ଆଧାରରେ ସୁସ୍ଥ ସମାଜ ଗଠନ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିୟମିତ ଯୋଗ ତଥା ଶାରିରୀକ ବ୍ୟାୟାମ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ ।
ଯୋଗ ହିଁ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁସ୍ଥ ସମାଜ ଗଠନ ର ମାଧ୍ୟମ ବୋଲି ଫାର୍ମସୀ ଅଧିକାରୀ ଶ୍ରୀ ରାଉତରାୟ କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଅଂଚଳ ର ଶତାଧିକ ଯୋଗ ପ୍ରେମୀ ଯୋଗ ଦେଇ ଦୈନିକ ଜଣେ ଜଣେ ବ୍ୟକ୍ତି ଙ୍କୁ ଯୋଗ ସଂପର୍କରେ ପରାମର୍ଶ ଦେଇ ଏକ ସୁସ୍ଥ ,ସରସ , ସୁନ୍ଦର ସମାଜ ଗଠନ କରିବା ଦିଗରେ କାର୍ଯ୍ୟ କରିବା ନିମନ୍ତେ ସଭ୍ୟମାନେ ସଙ୍କଳ୍ପ ନେଇଥିଲେ ।

No Result
View All Result