ମହେନ୍ଦ୍ରଗଡ କୋଲନୀ ଠାରେ ଥିବା ଆରୋଗ୍ୟ କେନ୍ଦ୍ରରେ ଏକ ଅବସର କାଳୀନ ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି ।
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ANM ଜ୍ୟୋସ୍ନା ରାଣୀ ମହାନ୍ତି 1999 ମସିହା ରେ ଏହି କେନ୍ଦ୍ରରେ କାର୍ଯ୍ୟରେ ଯୋଗ ଦେଇ ଥିଲେ । ସେହି ଦିନ ଠାରୁ ଆଯ ପର୍ଯ୍ୟନ୍ତ ନିଷ୍ଠା ଓ ସ୍ୱାର୍ଥ ପର ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଯାହାକି ଆଜି ତାଙ୍କରି ଅବସର କାଳୀନ ସଭାରେ ସମସ୍ତ ଆଶା, ମେଲ ୱର୍କର୍, ଓ ସିଏଚ୍ଓ ସମସ୍ତଙ୍କ ମୁହଁରୁ ତାଙ୍କରି ଗୁଣ ଗାନ ହୋଇଥିଲା ।

ସମସ୍ତଙ୍କ ମୁଁହ ରେ ଶୋକର ଲହରୀ ବାରି ହୋଇପଡୁଥିଲା । ଦୀର୍ଘ ବର୍ଷର ଚାକିରି କାଳରେ ସମସ୍ତ କର୍ମଚାରୀ ମାନଙ୍କୁ ଉତ୍ତମ ବ୍ୟବହାର ରେ ବାନ୍ଧି ରଖିଥିବା ସହ ଅଞ୍ଚଳର ଲୋକମାନଙ୍କ ସହ ଏକ ପ୍ରକାର ପାରିବାରିକ ସମ୍ପର୍କ ରଖିଥିବାରୁ ଆଜି ମହେନ୍ଦ୍ରଗଡ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଚି ।















