No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଆ ସଂସ୍କୃତି ରେ ରଜ ଏକ ନିଆରା ପର୍ବ l ମାଟି ମା” ତିନିଦିନ ଧରି ରଜବତୀ ହୋଇଥାଏ ତେଣୁ କୁଆଁରୀ ଝିଅ ମାନେ ରାତିରୁ ଉଠି ଏହି ପର୍ବକୁ ଆନନ୍ଦରେ ପାଳନ କରନ୍ତି l ଯେହେତୁ ରଜ ଏକ କୃଷି ଭିତିକ ପର୍ବ 4ର୍ଥ ଦିନ ବସୁମତୀ ଙ୍କୁ ସ୍ନାନ କରି କୃଷକ ମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି l ଏହି ପର୍ବରେ ଗୁଡୁଗୁଡୁ, ତାସ, ଲୁଡୁ ଦୋଳି ଆଦି ଖେଳ ଭାଇଚାରା ପଣିଆ ସୃଷ୍ଟି କରିଥାଏ ବର୍ଷାଦିନ ଆସିବା ପୂର୍ବରୁ ପୋଡ଼ ପିଠା ଖାଇ ଶରୀରକୁ ସୁସ୍ଥ ରଖିବାର ବୈଜ୍ଞାନିକ ସମତରହିଛି l
ତେଣୁ ଓଡ଼ିଶାର ପୁରପଲ୍ଲୀରେ ରଜକୁ ଏକ ଗଣପର୍ବ ବୋଲି ସୋମବାର ଜନାର୍ଦନ ଶିଶୁ ଉଦ୍ୟାନ ଓ ମଇନ୍ଦିପୁର ପାଠାଗାର କମିଟି ପକ୍ଷରୁ ଆୟୋଜିତ ରଜ ମହୋଚ୍ଛବ ର ତୃତୀୟ ଦିନରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l ଡା ଶ୍ରୀକୁମାର ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ମୁଖ୍ୟ ବକ୍ତା ଭାବେ ଏସ ପି ଭବାନୀଶଙ୍କର ଉଦ୍ଗାତା, ସମ୍ମାନିତ ଅତିଥିତି ଭାବେ ଯଜ୍ଞା ଶିଶ ମହାପାତ୍ର ରୋଟାରି କ୍ଳବ ଗଭର୍ଣ୍ଣର, ସ୍ୱୟଂ ପ୍ରକାଶ ବରାଳ ଉଦ୍ୟୋଗୀ ଉପରୋକ୍ତ ମତବ୍ୟକ୍ତ କରିଥିଲେ l
ଏହି ତିନି ଦିନ ବ୍ୟାପି ରଜ ଉଚ୍ଛବରେ ମୁରୁଜ ପ୍ରତିଯୋଗିତା, ମ୍ୟୁଜିକ ଚୌକି, କବାଡି, ନୃତ୍ୟ, ପ୍ରଶ୍ନୋତ୍ତର, କରାଯାଇଥିଲା l ଅତିଥି ମାନେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ସୋମବାର ରାତ୍ରରେ ହ୍ୟୁମାନ ସାଗର ଓ ତାଙ୍କ ଟିମ ଙ୍କ ସଂଗୀତରେ ଉପସ୍ଥିତ ହଜାର ହଜାର ଦର୍ଶକ ଝୁମିଥିଲେ l ଶେଷରେ ଡା ଶୁଭକୁମାର ଦାଶ ଧନ୍ୟ ବାଦ ଦେଇଥିଲେ l

No Result
View All Result