No Result
View All Result
ଆଦର୍ଷ ସେବା ସଙ୍ଗଠନ ତରରଫରୁ ଦ୍ଵିତୀୟ ରଜ ମହତ୍ସଵ ମହା ଆଡମ୍ବର ରେ ପାଳନ l
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଚନ୍ଦ୍ରଭାଗା ଥାନା ଅଧୀନ ସୁତନ ଗ୍ରାମରେ ଚଳିତ ବର୍ଷ ଆଦର୍ଶ ସେବା ସଂଗଠନ ତରଫରୁ ରଜ ଉତ୍ସବ ଦ୍ୱିତୀୟ ଥର ଆୟୋଜନ କରାଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ସୁତନ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମେନକା ବେହେରା,ସମ୍ମାନିତ ଅଥିତି ଭାବେ ରାଜସ୍ବ ନିରିକ୍ଷ୍ୟକ ପ୍ରତୟ ସ୍ପନ୍ଦନ ସ୍ପନ୍ସିଂହ୍ନା ଯୋଗ ଦେଇଥିଲେ ।
ସରପଞ୍ଚ ମେନକା ବେହେରା ପ୍ରଦୀପ ପ୍ରଜଳ୍ନନ କରି ଏହି ଉତ୍ସବ କୁ ଉଦ୍ଘାଟନ କରିଥିବା ସ୍ଥଳେ ରାଜସ୍ବ ନିରୀକ୍ଷକ ଆନୁଷ୍ଠାନିକ ଭାବେ ରଜ ଦୋଳି ଉଦ୍ଘାଟନ କରିଥିଲେ । ଓ ଅଭିଭାଷଣ ରେ କହିଥିଲେ ରଜ ଓଡ଼ିଶାର ଗଣ ପର୍ବ ଏହାକୁ ପୁର ପଲ୍ଲୀରେ ପାଳନ କରାଯାଏ ଏହି ଦିନ ଠାରୁ ମୌସୁମୀର ଆଗମନ ହୁଏ । ମତେ ମୂଖ୍ୟ ଅତିଥି ରୂପେ ନିମନ୍ତ୍ରିତ କରିଥିବାରୁ ମୁଁ ନିଜକୁ ଗୌରବାନିତ ମନେକରୁଛି । ସେହିପରି ସମ୍ମାନିତ ଅଥିତି ପ୍ରତୟ ସ୍ପନ୍ଦନ ସିଂହ୍ନା ତାଙ୍କର ବକ୍ତବ୍ୟ ରଖିଥିଲେ ।
ରଜ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ । ପହିଲି ରଜରେ ଦୋଳି ଖେଳ ସହ ଗୀତ ନାଚ ଓ ଝୋଟି ଚିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟ କର୍ମକୁ କାର୍ଯ୍ୟକ୍ରମର ସଭାପତି ଅଶୋକ ବିଶ୍ବାଳ, ସଂପାଦକ ଦେବୀ ପ୍ରସାଦ ନାୟକ ଓ ଉପଦେଷ୍ଟା ତଥା ଆବାହକ ତ୍ରିଲୋଚନ ସ୍ୱାଇଁ, ସଭ୍ୟ ,ମନୋମୋହଣ ଅନୁନଷ୍ଠାନର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

No Result
View All Result