No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା, ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାକୁ ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାର ଅବକାରୀ,ଆଇନ ଓ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ. ନାଗାରାଜୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, ଆର.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମନାରାୟଣ ଶବର, ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନାମୀ ମଣ୍ଡଳ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ,ରାଜ୍ୟ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ନିଆଯାଇଥିବା ବିଭିନ୍ନ ଯୁଗାନ୍ତକାରୀ ସୂଚନା ସମ୍ପର୍କରେ ନିଜର ମତ ବ୍ୟକ୍ତ କରିଥିଲେ। ଚାଷୀଙ୍କୁ ୩୧୦୦ ଏମଏସପି ,ସୁଭଦ୍ରା ଯୋଜନାରେ ବାର୍ଷିକ ଦଶ ହଜର ପ୍ରୋତ୍ସାହନ ରାଶି ମହିଳାମାନଙ୍କୁ ସଶକ୍ତିକରଣ ଓ ସ୍ବାବଲମ୍ବୀ କରିପାରିବ ବୋଲି ମତ ପ୍ରକାଶ କରିଥିଲେ। ସମଗ୍ର ଓଡ଼ିଶାରେ ନୂତନ କୋର୍ଟ ପ୍ରତିଷ୍ଠା କରିବା ପାଇଁ ସରକାର ଯୋଜନା କରୁଥିବା କଥା ମତ ବ୍ୟକ୍ତ କରିଥିଲେ। ପରେ ପରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱରା ଷ୍ଟାଡିୟମ୍ ପରିସରରେ ବୃକ୍ଷ ରୋପଣ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ,ଅର୍ଥ ରାଶି, ପଟ୍ଟା ପ୍ରଦାନ, କାର୍ଯ୍ୟ ଆରମ୍ଭ ଆଦେଶ ନାମା ଓ ଏ ୱାନ ହାସଲ କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ବିଜ୍ଞାନ ନିରୀକ୍ଷକ ଓ ଶାରିରୀକ ନିର୍କ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ଜିଲ୍ଲାର ବିଭିନ୍ନ ବିଭାଗର ଜନ କଲ୍ୟାଣକାରୀ ଯୋଜନା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣ ଅବଗତ ହେବେ ଏବଂ କେଉଁ ଯୋଜନାରୁ କିଭଳି ଲୋକେ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ଏହି ସଚେତନତା କାର୍ଯ୍ୟକ୍ରମ ବିକାଶ ମେଳା। ଏହି ମେଳା ଆଜି ତା.୧୪.୦୬.୨୦୨୫ ରିଖ ଠାରୁ ତା.୨୦.୦୬.୨୦୨୫ ରିଖପଯ୍ୟନ୍ତ ସାତ ଦିନ ଧରି ଆୟୋଜିତ ହେବ ଗଜପତି ଷ୍ଟାଡିୟମ୍ ଠାରେ। ଏହି ମେଳାରେ ବିଭିନ୍ନ ଲାଇନ୍ ବିଭାଗ ସମେତ ପଞ୍ଚୟତି ରାଜ ବିଭାଗ ପକ୍ଷରୁ ୭୭ ଗୋଟି ଷ୍ଟଲ ଗୁଡିକ ରେ ବିଭିନ୍ନ ବିଭାଗର ସରକାରଙ୍କ ଉନ୍ନତ ମୂଳକ କାର୍ଯ୍ୟକ୍ରମର ପ୍ରଦର୍ଶିତ କରାଯାଉଛି ଏଥି ସହିତ ରାଜ୍ୟର ସମସ୍ତ ଜିଲ୍ଲାର ମହିଳା ସ୍ଵୟଂସହାୟିକା ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା ହେବ ।

ମିଶନ୍ ଶକ୍ତି ମା ମାନଙ୍କ ଦ୍ଵାରା ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଓ ପ୍ରଦର୍ଶନ ହେବ । ପ୍ରତ୍ୟେକ ଦିନ ପୂର୍ବାହ୍ନରେ ବିଭିନ୍ନ ବିଭାଗ ଦ୍ଵାରା କର୍ମଶାଳା, ଆଲୋଚନା ଚକ୍ର ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରି ହିତାଧିକାରୀ ମାନଙ୍କୁ ପରାମର୍ଶ ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ବୁଦ୍ଧିଜୀବି ଓ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result