No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ପାରଳାଖେମୁଣ୍ଡି ରାଜଗୁରୁ ସାହିର ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ସେ ଗତ ୧୫ଦିନ ଧରି ଭୂବନେଶ୍ୱର ସ୍ଥିତ ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ ଥିଲେ।ଆଜି ସକାଳେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ମ୍ରୃତ୍ୟୁ ବେଳକୁ ତାଙ୍କର ୭୫ ବର୍ଷ ହୋଇଥିଲା। ସେ ଇଂରାଜୀରେ ରେଭେନ୍ସା କଲେଜରୁ ଡିଗ୍ରୀ ହାସଲ କରି କୈାଣସି ସରକାରୀ ଚାକିରି ପ୍ରତି ଲାଳାୟିତ ନହୋଇ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ପାରଳାଖେମୁଣ୍ଡି ପୌରପାଳିକା ଅଧିନରେ ନିର୍ମାଣ କାର୍ଯ୍ୟରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।
ଜଣେ ଆମାୟିକ ଓ ସରଳ ବ୍ୟକ୍ତିତ୍ୱ ସମସ୍ତଙ୍କ ସହ ଆତ୍ମୀୟତା ରହିଥିଲା। ତଥା ରାଜଗୁରୁ ସାହି ଦୂର୍ଗାପୂଜା କମିଟିର ମୁଖ୍ୟ ଥିଲେ। ଜଣେ ପରୋପକାରୀ ବ୍ୟକ୍ତିଂକୁ ଏହି ପାରଳା ମାଟି ହରାଇଲା । ତାଙ୍କର ବିୟୋଗରେ ମନମୋହନ ରାଜଗୁରୁ, ଲଳିତମୋହନ ରାଜଗୁରୁ, ସୂର୍ଯ୍ୟନାରାୟଣ ରାଜଗୁରୁ,ଭାଗବତ ପାଢୀ, ଅଭିମନ୍ୟୁ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ, ଲକ୍ଷ୍ମୀକାନ୍ତ ପରିଛା ବିଜୟ ପ୍ରଧାନ, ରମେଶ ମହାରଣା,କୁ କାଉନସିଲର ବାବୁନା ବେହେରା, ଚିତ୍ତ ଦାସ ତଥା ସାହିର ଦୂର୍ଗାପୂଜା କମିଟିର ସମସ୍ତ ସଭ୍ୟ ଦୁଃଖଦ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

No Result
View All Result