No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଏହି ଜିଲ୍ଲା ଅନ୍ତର୍ଗତ ହାଜିପୁର ସ୍ତ ପବିତ୍ର ଦେଵୀନଦୀ କୂଳରେ ଥିବା ଧ୍ୟାନକୁଦ ପୀଠରେ ଥିବା ଶ୍ରୀଜଗନାଥ ମନ୍ଦିରରେ ବୁଧବାର ଶ୍ରୀ ଯ୍ୟୁମାନଙ୍କ ସ୍ନାନ ଯାତ୍ରା ଏକ ଆଧ୍ୟାତ୍ମିକ ପସରିବେଶରେ ଅନୁଷ୍ଠିତ ହୋଇଯାଇଛି l ମହାପ୍ରଭୁ ରତ୍ନ ବେଦୀ ଛାଡି ସ୍ନାନ ବେଦିରେ 108ଗରା ସୁବାସିତ ଜଳରେ ସ୍ନାନକରି ଥିଲେ l ଓ ଜ୍ୱରରେ ପଡ଼ିଥିଲେ l
ସେହିପରି ଗଜାନନ ବେଶ ହୋଇଥିଲେ l ପ୍ରଥମେ ପୂଜା ପଣ୍ଡା ଙ୍କ ଦ୍ୱାରା ଦ୍ୱାରଫିଟା, ମଙ୍ଗଳ ଆଳତୀ, ମନ୍ଦିର ରାଜ ପ୍ରମୋଦ କୁମାର ନନ୍ଦୀ ରାଜଗୁରୁ ତୀର୍ଥାନନ୍ଦ ଦାଶ ବିଶ୍ୱାବସୁ ବିଭୁଦତ୍ତ ସାହୁ ଙ୍କଦ୍ୱାରା ମଙ୍ଗଳାରୋପଣ, ସମସ୍ତସେବାୟତ ମାନଙ୍କ ଦ୍ୱାରା ପୁଷ୍ପାଞ୍ଜଳି,
ପହଣ୍ଡି, ଅବକାଶ, ରାଜା ବିଶ୍ୱାବସୁ ଓ ଦଇତା ପତି ମାନଙ୍କ ଦ୍ୱାରା ସ୍ନାନ ଲାଗି, ପୂଜାପଣ୍ଡା ମାନଙ୍କଦ୍ୱାରା ବେଶ, ମୁକ୍ତି ମଣ୍ଡପ ପଣ୍ଡିତ ମାନଙ୍କ ଦ୍ୱାରା ବେଦ ପାଠ, ଠାକୁର ରାଜା ପ୍ରମୋଦ ନନ୍ଦିଙ୍କ ଦ୍ୱାରା ଛେରା ପହଁରା, ପୂଜା ପଣ୍ଡାଙ୍କଦ୍ୱାରା ଗଜାନନ ବେଶ, ଭୋଗଲାଗି, ଦର୍ଶନ (ସାହାଣ ମେଲା ), ରାତ୍ରରେ ପହଣ୍ଡି, ଅଣସର ବିଜେ, ପଟିଦିଅଁ ବିଜେ କରାଯାଇଥିଲା l

No Result
View All Result