No Result
View All Result
ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା କର୍ତ୍ତବ୍ୟ ପ୍ରତି ସଚ୍ଚୋଟତା ଏବଂ ନିଷ୍ଠା ପରତା ପାଇଁ, ଡିଭିଜନର ଚାରି ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଶ୍ରୀ ବାଜୱା ଏହି କର୍ମଚାରୀଙ୍କ ଅବିସ୍ମରଣୀୟ ଉତ୍ସର୍ଗକୁ ପ୍ରଶଂସା କରିଥିଲେ ଏବଂ କର୍ତ୍ତବ୍ୟ ପାଳନ କରିବା ସମୟରେ ସତର୍କ ସଜାଗ ଏବଂ ସେମାନଙ୍କର ଦାୟିତ୍ୱ ପ୍ରତି ସମର୍ପିତ ରହିବାକୁ ଅବଗତ କରିଥିଲେ।

ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କର୍ମଚାରୀ ମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀ ରୋନଙ୍କି ଦୁର୍ଗା ରାଓ,ଟେକ୍-୨ ମେମୁ କାର୍ ଶେଡ୍ ଖୋର୍ଦ୍ଧାରୋଡ଼, ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ ଷ୍ଟେସନ ମାଷ୍ଟର ରଘୁନାଥପୁର, ଶ୍ରୀ ଜି ମୋହନ ବାବୁ ଷ୍ଟେସନ ଅଧୀକ୍ଷକ ଭୁବନେଶ୍ଵର ଏବଂ ଶ୍ରୀ ପରଦେଶୀ ଧନୁଞ୍ଜୟ ଟେକ୍-୨ କ୍ୟରେଜ୍ ଓ ୱାଗନ୍ ଖୋର୍ଦ୍ଧାରୋଡ଼।

ଏହି କର୍ମଚାରୀ ମାନଙ୍କ ସମୟୋଚିତ ସତର୍କତା ପାଇଁ, ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିଲା ଟ୍ରେନ ଗୁଡ଼ିକର ସୁରକ୍ଷିତ ପରିଚାଳନା ହୋଇପାରିଥିଲା ଏବଂ ଟ୍ରେନ ଗୁଡ଼ିକୁ ବିଳମ୍ବ ହେବାରୁ ବଞ୍ଚିତ କରଯାଇଥିଲା।

ଏହି ସମ୍ବର୍ଦ୍ଧନା ସମାରୋହରେ ଡିଆରଏମ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଇନ୍ଫ୍ରା) ଶ୍ରୀ ଆଶିଷ କୁମାର୍ ସେନାପତି, ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ (କାର୍ଯ୍ୟକାରୀ) ଖୋର୍ଦ୍ଧାରୋଡ଼ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଆୟୋଜିତ କରାଯାଇଥିଲା ।

No Result
View All Result