ଓଡିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଗୁରୁବାର ) ପଦ୍ମପୁର :– ପଦ୍ମପୁର ବ୍ଲକ ଅନ୍ତର୍ଗତ ଚାରପାଲି ଗ୍ରାମ ରୁ ବିଜୁ ଏକ୍ସପ୍ରେସ ରାସ୍ତା କୁ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ଦୀର୍ଘ ଦିନରୁ କଂକ୍ରିଟ୍ ରାସ୍ତା ନିର୍ମିତ ହୋଇଅଛି । ବାକି ରାସ୍ତା ପକ୍କା ରାସ୍ତା ହେବାର ଯୋଜନା ଅଛି । କିନ୍ତୁ ଦୁଃଖର କଥା ଆଜକୁ ଏକ ବର୍ଷ ହେଲା କଂକ୍ରିଟ୍ ରାସ୍ତା ନିର୍ମାଣ କରି ଜନୈକ ଠିକାଦାର ବାକି ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରିପାରି ନାହିଁ । ସୂଚନା ଫଳକ ଥାଇ ରାସ୍ତା କାମ ପାଇଁ ଟଙ୍କା ମଧ୍ୟ ମଞ୍ଜୁର ହୋଇ ସାରିଛି । ମାତ୍ର ଏ ଯାଏଁ ରାସ୍ତା କାମ ଆଗକୁ ହୋଇ ପାରୁନାହିଁ ।

ତାହା କେଉଁ କାରଣରୁ ଠିକାଦାର କରି ପାରୁ ନାହିଁ ତାହା ପ୍ରଶାସନ ର ଆଢୁଆଳରେ ଅଛି । ଏ ସମ୍ବନ୍ଧରେ ପ୍ରଶାସନ କୁ ବାରମ୍ବାର ଜଣାଇବା ସତ୍ତ୍ବେ ମଧ୍ୟ କିଛି ସୁଫଳ ମିଳୁନାହିଁ । ସ୍ଥାନୀୟ ବିଧାୟକ ତଥା ଉପ ଜିଲ୍ଲାପାଳ ଙ୍କୁ ମଧ୍ୟ ଅଭିଯୋଗ ପତ୍ର ଦିଆଯାଇ ଅଛି ହେଲେ କେହି ବି ଶୁଣି ନାହାନ୍ତି ଗୁହାରି । ଏହି ରାସ୍ତାରେ ପାଞ୍ଚ ଖଣ୍ଡ ଗାଁର ଲୋକ ମାନେ ଯାତାୟାତ କରନ୍ତି । ଗତ ଲଘୁଚାପ ଜନିତ ବର୍ଷାରେ ରାସ୍ତା ବେହାଲ ହୋଇ ପଡିଛି । ଛୋଟ ବଡ ଦୁର୍ଘଟଣା ହେବାର ଆଶଙ୍କା କରା ଯାଉଛି । ତେଣୁ ଏହି ରାସ୍ତା କୁ ଶ୍ରୀଘ୍ର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)














