No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ରେ ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ (AIMRA) ତରଫରୁ ଆଜି ରକ୍ତଦାନ ଶିବିର ଖୋଲାଯାଇଥିଲା । ମୁଖ୍ୟ ଅତିଥିଭାବେ ନୟାଗଡ଼ ମୁନିସିପାଲିଟି ଚେୟାରମ୍ୟାନ ଶ୍ରୀମତୀ ନିରୁପମା ଖଟେଇ ଯୋଗ ଦେଇଥିଲେ । ମେଡିକାଲ ଅଫିସର ଡାକ୍ତର ସମ୍ବିତ କୁମାର ସାହୂ,ମେଡିକାଲ କର୍ମଚାରୀ ଅଜୟ କୁମାର ପଟ୍ଟନାୟକ, ଦେବାଶିଷ ରାଉତ,ସନ୍ତୋଷ ସାମନ୍ତସିଂଘାର, ରଂଜିତ ସାଥୁଆ ଉପସ୍ଥିତ ଥିଲେ ।
ସର୍ବମୋଟ ୨୫ ୟୁନିଟ ବ୍ଲଡ ସଂଗ୍ରହ ହୋଇଥିଲା । AIMRA ନୟାଗଡ଼ ଜିଲ୍ଲା ସଭାପତି ସରୋଜ କୁମାର ହଜାରୀ,ଉପସଭାପତି ଜ୍ଞାନ ରଞ୍ଜନ ସାହୂ, ସେକ୍ରେଟାରୀ ରବୀନ୍ଦ୍ର କୁମାର ସାହୂ ଏବଂ ଜଏଣ୍ଟ ସେକ୍ରେଟାରୀ ଶେଖ ଅବଦୁଲ ରଶିଦ ତରଫରୁ ଖରାଦିନେ ରକ୍ତର ଅଭାବ ପରିସ୍ଥିତିକୁ ଦେଖି କାହାର ରକ୍ତ ଅଭାବ ଜନିତ ମୁର୍ତ୍ୟୁ ନହେଉ ସେଥିପାଇଁ ରକ୍ତଦାନ ଶିବିର କରାଯାଇଥିଲା । ୨୫ ଜଣ ବ୍ୟକ୍ତି ରକ୍ତଦାନ କରିଥିଲେ ।

No Result
View All Result